ବଲାଙ୍ଗୀର, ୧୪ ଅଗଷ୍ଟ(ହି.ସ.) – ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତା ଦେଉଛି। ଏହି ଅବସରରେ ଭାଜପାର ନେତା କର୍ମୀ ଓ ବିଭିନ୍ନ କ୍ଲବର କର୍ମକର୍ତା, ସ୍କୁଲ, କଲେଜ ଛାତ୍ରୀଛାତ୍ର, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସୟଂ ସହାୟକ ଗୋଷ୍ଠୀ,ବିଭିନ୍ନ ଶିକ୍ଷାନଷ୍ଠାନର ପ୍ରିନସିପାଲ ଷ୍ଟାଫ୍ ଓ ସ୍ୱେଚ୍ଛାସେବୀ ସଂଗଠନର ସମାଜସେବୀ ମାନେ ଗୁରୁବାର ସର୍କିଟ ହାଉସଠାରେ ଏକତ୍ରିତ ହୋଇ ବଲାଙ୍ଗୀର ଜିଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ବାହାରି ସହର ପରିକ୍ରମା କରି ଥିଲେ। ଏହି କାର୍ଯ୍ୟକ୍ରମରେ ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ ସାମିଲ ହୋଇ ଥିଲେ। ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହରର ମୁଖ୍ୟରାସ୍ତା ଦେଇ ସରକାରୀ ମହିଳା କଲେଜ ପର୍ଯ୍ୟନ୍ତ ଯାଇଥିଲେ। ଏହି ଶୋଭାଯାତ୍ରା ବିଭିନ୍ନତା ମଧ୍ୟରେ ଏକତାର ବାର୍ତା ଦେଉଥିବା ବେଳେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପରେ ଅତିଥିମାନେ ଆଲୋକପାତ କରିବା ସହିତ ଜାତୀୟ ଏକତା, ଜାତୀୟ ସଂହତି ଓ ଭାତୃଭାବ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ବଲାଙ୍ଗୀର ପ୍ରଶାସନ ତରଫରୁ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ, ପବିତ୍ର ବେହେରକ୍ଷ, ଉପଜିଲାପାଳ ଆଲୋକ କୁମାର ପଟେଲ, ଜିଲାପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଜିଲା ସ୍ପୋର୍ଟସ ଅଫିସର ପରାଶର ବାଗ, ଜିଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର, ପୋଲିସ ଅଧିକାରୀ ଓ ସହରର ମାନ୍ୟଗଣ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ