ଚମ୍ପୁଆ, ୧୪ ଅଗଷ୍ଟ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅଖଣ୍ଡ ଭାରତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଗୁରୁଜୀ ଗୁରୁମାଆ ଉପସ୍ଥିତ ରହି ଅଖଣ୍ଡ ଭାରତ ମାନଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏଥିରେ ଅବସର ପ୍ରାପ୍ତ ପ୍ରଧ୍ୟାପକ ଗିରିଜା ଶଙ୍କର କର, ଶିକ୍ଷା ବିକାଶ ସମିତି ଓଡ଼ିଶା , ଉତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର, ଚମ୍ପୁଆ ଖଣ୍ଡ ଚାଳକ ଚତୁର୍ଭୁଜ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ଚମ୍ପୁଆ ଖଣ୍ଡ କାର୍ଯ୍ୟବାହ ଦୁଷ୍ମନ୍ତ କୁମାର ମହାନ୍ତ, ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମପାଳ ମହାନ୍ତ, ବନବାସୀ କଲ୍ୟାଣ ଆଶ୍ରମର କେନ୍ଦୁଝର ଜିଲ୍ଲା ସମ୍ପାଦକ ଘନଶ୍ୟାମ ମହାନ୍ତ, ରାଷ୍ଟ୍ରୀୟ ସ୍ୱୟଂ ସେବକ ରଞ୍ଜୟ କୁମାର ରାମ, ଅବସର ପ୍ରାପ୍ତ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ଚିତରଞ୍ଜନ ମହାନ୍ତ, ଉଗ୍ରସେନ ମହାନ୍ତ ଆଦି ଅଖଣ୍ଡ ଭାରତ ଓ ଭାରତ ବିଭାଜନର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta