ବଲାଙ୍ଗୀର, ୧୪ ଅଗଷ୍ଟ(ହି.ସ.) – ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀର ଠାରେ ବଲାଙ୍ଗୀର ଜିଲ୍ଲା ଯୁବ ରେଡ଼କ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ କଲେଜର ଅଧ୍ୟକ୍ଷ ଡ. କୌତୁକ ପନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଯୁବ ରେଡ଼କ୍ରସର ସଂଯୋଜକ ଡ. ଦୈତାରି ପୁଝାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀରର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବାବେଳେ ରେଡ଼କ୍ରସର ପୃଷ୍ଠପୋଷକ ତଥା ସାମାଜିକ କର୍ମୀ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ମହିଳା କଲେଜର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ଏବଂ କଂଟାବାଞ୍ଜି କଲେଜର ଅଧ୍ୟକ୍ଷ ଡ. ପଦ୍ମଲୋଚନ ବର୍ମା ଯୋଗ ଦେଇଥିଲେ। ଜିଲ୍ଲା ଯୁବ ରେଡ଼କ୍ରସର ସଂପାଦକ ବନ୍ଦନା ବାର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବଲାଙ୍ଗୀର କଲେଜର ଯୁବ ରେଡ଼କ୍ରସର ପରାମର୍ଶଦାତା ହୃଷିକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବିଗତ ବର୍ଷର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିବା କେବି କଲେଜ କଂଟାବାଞ୍ଜି କଲେଜର ଅଧ୍ୟକ୍ଷ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ପରାମର୍ଶଦାତା ତଥା ଯୁବ ରେଡ଼କ୍ରସର ସଂଯୋଜକ ଡ. ଦୈତାରୀ ପୁଜାରୀଙ୍କୁ ମୁଖ୍ୟଅତିଥି ଏବଂ ମୁଖ୍ୟବକ୍ତାଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୨୫-୨୬ ଶିକ୍ଷା ବର୍ଷରେ ରାଜେନ୍ଦ୍ର ଡିଗ୍ରୀ କଲେଜ, ପଂଚାୟତ ସମିତି ଡିଗ୍ରୀ କଲେଜ ଦେଓଗାଁ, ସଇଁନ୍ତଲା, ବେଲପଡା, ଡିଏଭି କଲେଜ ଟିଟିଲାଗଡ଼ ଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଥିଲେ। ଏହି ବୈଠକରେ ବଲାଙ୍ଗୀର ଜିଲ୍ଲାର ସମସ୍ତ କଲେଜର ଅଧ୍ୟକ୍ଷ ଏବଂ ପରାମର୍ଶଦାତା ଉପସ୍ଥିତ ରହିଥିଲେ ତଥା ବଲାଙ୍ଗୀର କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ