ବାରିପଦା, ୧୪ ଅଗଷ୍ଟ (ହି.ସ.) - ଫାଇଲେରିଆ ରୋଗର ନିରାକରଣ ନେଇ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଓ ଏସପି ଔଷଧ ସେବନ କରିଛନ୍ତି। ଜିଲ୍ଳାପାଳ ହେମକାନ୍ତ ସୟ ଓ ଏସପି ବରୁଣ ଗୁଣ୍ଟୁପାଳି ନିଜେ ଫାଇଲେରିଆ ଔଷଧ ସେବନ କରି ଶୁଭାରମ୍ଭ କରିବା ସହିତ ସମସ୍ତଙ୍କୁ ଏହି ଔଷଧ ସେବନ କରିବା ପାଇଁ ନିବେଦନ କରିଥିଲେ। ସମସ୍ତଙ୍କୁ ଖାଦ୍ୟ ଖାଇସାରିବା ପରେ ଆଇଭରମେକ୍ଟିନ ଡିଇସି, ଆଲବେଣ୍ଡାଜଲ ବଟିକା ଖାଇଲେ ଗୋଦର ଗୋଡ଼, ହାଇଡ୍ରୋସିଲ ଭଳି ମାରାତ୍ମକ ରୋଗ ହେବ ନାହିଁ ବୋଲି କହିଥିଲେ। ଏହି ଔଷଧ ସମସ୍ତେ ସେବନ କରି ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଆହ୍ୱାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡ଼ା, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଫାଇଲେରିଆ ଔଷଧ ସେବନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ