ନିଖିଳ ଉତ୍କଳ ବାରିକ ସମିତି କନ୍ଧମାଳ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ
କନ୍ଧମାଳ , ୧୪ ଅଗଷ୍ଟ (ହି.ସ.)ନିଖିଳ ଉତ୍କଳ ବାରିକ ସମିତି କନ୍ଧମାଳ ଜିଲ୍ଲା ଶାଖାର ଏକ ସାଧାରଣ ପରିଷଦ ବୈଠକ ଫୁଲବାଣୀ ମା ନାରାୟଣୀ ଯାତ୍ରା କମିଟି କାର୍ଯାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୁର୍ବାହ୍ନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନିଖିଳ ଉତ୍କଳ ବାରିକ ସମିତି ର ରାଜ୍ୟ ସଭାପତି ଶ୍ରୀ ହାମନ୍ତ
ଫୋଟ


ଫୋଟ ୨


କନ୍ଧମାଳ , ୧୪ ଅଗଷ୍ଟ (ହି.ସ.)ନିଖିଳ ଉତ୍କଳ ବାରିକ ସମିତି କନ୍ଧମାଳ ଜିଲ୍ଲା ଶାଖାର ଏକ ସାଧାରଣ ପରିଷଦ ବୈଠକ ଫୁଲବାଣୀ ମା ନାରାୟଣୀ ଯାତ୍ରା କମିଟି କାର୍ଯାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୁର୍ବାହ୍ନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନିଖିଳ ଉତ୍କଳ ବାରିକ ସମିତି ର ରାଜ୍ୟ ସଭାପତି ଶ୍ରୀ ହାମନ୍ତ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ସମଗ୍ର କନ୍ଧମାଳ ଜିଲ୍ଲାର ଟିକାବାଲି, ଖଜୁରୀପଡ଼ା, ଚକାପାଦ, ସାରଙ୍ଗଡ,କ. ନୂଆଗାଁ ଘୁ.ଉଦୟଗିରି, ଗୋଛାପଡା,ଲାଇନପଡ଼ା ଓ ଫୁଲବାଣୀ ଆଦି ଅଞ୍ଚଳରୁ ଶତାଧିକ ବାରିକ ଜାତିର ସଦସ୍ୟ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ପୂର୍ବତନ ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ସ୍ବର୍ଗତ ଭାଗବତ ବେହେରା ଓ ଶଙ୍କର ବେହେରାଙ୍କ ଅତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ସଂଗଠନର ପ୍ରେଚେଷ୍ଟାରେ ଅଗଷ୍ଟ ୨୦୦୪ ମସିହାରେ ବାରିକ ମାନଙ୍କୁ ଅଣ ସଂଗଠିତ ଶ୍ରମିକ ଭାବରେ ଶ୍ରମ ବିଭାଗ ସାମିଲ କରିଛି ଯାହା ଦ୍ବାରା ସେମାନଙ୍କ ମୃତ୍ୟୁ ରେ ୨ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ରେ ପରିବାରକୁ ୪ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ ବୋଲି କହିଥିଲେ। ବିଶ୍ବକର୍ମା ଯୋଜନାରେ ମଧ୍ୟ ଯନ୍ତ୍ରପାତି କିଣା ପାଇଁ ୧୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଓ ଦୋକାନ ଖୋଲିବା ପାଇଁ ଏକ ଲକ୍ଷ ଟଙ୍କାରୁ ଅଧିକ ରୁଣ ଆକାରରେ ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। ୫୦ ବର୍ଷ ବୟସ ପରେ ସେମାନଙ୍କୁ ଭତ୍ତା ପ୍ରଦାନ,ସମାଜରେ ସେମାନଙ୍କୁ ସମ୍ମାନ ଓ ସୁରକ୍ଷା ବ୍ୟବସ୍ଥା ସମେତ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଗତ ମେ ମାସ ୧୬ ତାରିଖରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ବୋଲି କହିଥିଲେ ରାଜ୍ୟ ସଭାପତି। ଆଗକୁ ବାରିକ ଭାଇ ମାନଙ୍କୁ ସଂଗଠିତ ହୋଇ ନିଜ ନିଜର ସୁବିଧା ଅସୁବିଧା ବାବଦରେ ଆଲୋଚନା କରି କାର୍ଯ୍ୟ ପନ୍ଥା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଥିଲେ। ବାରିକ ଭାଇ ମାନେ ସଚେତନ ହୋଇ ସରକାରଙ୍କ ପକ୍ଷରୁ ଥିବା ଓବିସି ବର୍ଗର ସମସ୍ତ ସୁବିଧାର ଲାଭ ଅଯୋଗ୍ୟ ହୀତାଧିକାରୀ ମାନେ ଚଞ୍ଚକତା କରି ହାତେଇବାରେ ଲାଗିଛନ୍ତ। ବାରିକ ଭାଇ ମାନଙ୍କୁ ଏହାର ଲାଭ କିପରି ମିଳିବ ସେଥିପାଇଁ ଆମ ସଂଗଠନ ଆଗକୁ ଦୃଢତାର ସହ କାର୍ଯ୍ୟ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା କହିଥିଲେ। ଏଥିପାଇଁ ଆବଶ୍ୟକ ପଡିଲେ ଆମେ ଆଇନ ର ଆଶ୍ରୟ ନେବୁ ବୋଲି ମଧ୍ୟ କହିଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଅରିତ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସାଂଗଠନିକ ସମ୍ପାଦକ ପଙ୍କଜ କୁମାର ବାରିକଙ୍କ ସମେତ ଗଣେଷ ବାରିକ, ସୁବାସ ବେହେରା, କେଶବ ବେହେରା,ନୀଳାଞ୍ଚଳ ବେହେରା, ସୀମାଞ୍ଚଳ ବେହେରା,ପ୍ରଦୀପ କୁମାର ବେହେରା ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande