ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
Ghar Ghar Triranga Program in Govt Autonomous college
ଫୋଟ


ଫୋଟ ୨


କନ୍ଧମାଳ, ୧୪ ଅଗଷ୍ଟ(ହି.ସ.) – ଆଜି ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି), କ୍ରୀଡ଼ା ତଥା ସମସ୍ତ ଛାତ୍ରାବାସ ଓ ଛାତ୍ରୀ ନିବାସର ସୁପରିଟେଣ୍ଡେଙ୍କ ତତ୍ୱାବଧାନରେ ହର ଘର ତ୍ରିରଙ୍ଗା ୨୦୨୫ର ଏକ ବିଶାଳ ପଦଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁବାଶ ଚନ୍ଦ୍ର ପ୍ରଧାନ ଉକ୍ତ ପଡ଼ାଯାତ୍ରାକୁ ଉଦ୍‌ଘାଟନ କରି ହରଘର ତ୍ରିରଙ୍ଗାର ମହତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଯେ ତ୍ରିରଙ୍ଗା କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ଏହା ଆମ ଜାତୀୟତାର ପ୍ରତୀକ ତଥା ଭାରତର ସ୍ୱାଭିମାନର ପ୍ରତୀକ। ସେ ପୁଣି କହିଥିଲେ ଯେ ଏହା କେବଳ ଏକ ସଭାଯାତ୍ରା ନୁହେଁ ବରଂ ଏହା ଘରେ ଘରେ ଦେଶପ୍ରେମ ତଥା ଜାତି ପ୍ରେମ ଭାବନକୁ ପହଂଚେଇବା ଏହାର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ମହାବିଦ୍ୟାଳୟ ପ୍ରାଙ୍ଗରଣରୂ ଏହି ପଦଯାତ୍ରାରେ ପାଂଚଶହରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଛାତ୍ରଛାତ୍ରୀମାନକୁ ସ୍ୱାଗତ କରାଯାଇଥିଲା । ଜିଲ୍ଲାପାଳ, କନ୍ଧମାଳ ବେଦଭୂଷଣ ଉକ୍ତ ସଭାଯାତ୍ରାକୁ ଉଦବୋଧନ ଦେଇ କହିଥିଲେ ଯେ ପ୍ରତ୍ୟକ ଛାତ୍ରଛାତ୍ରୀ ଦେଶପାଇଁ ସ୍ୱପ୍ନ ଦେଖିବା ଉଚିତ। ଏହା ଏକ ସୁନ୍ଦର ସମାଜ ତଥା ଦେଶ ଗଠନରେ ସହାୟକ ହେବ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଶ୍ରୀ ଅକ୍ଷୟ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ , ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପରିଷଦ, ଫୁଲବାଣୀ ଶ୍ରୀ ସମରେଶ ମହାନ୍ତି , ଯୁବ ରେଡ଼କ୍ରସର ସଂଯୋଜିକା ଡ଼ ଅଭିପ୍ସା ବଳ, ଏନ. ଏସ୍‌. ଏସ୍ ର ସଂଯୋଜକ ଡ଼ ବିପିନ କୁମାର ବେହେରା, ଏନ୍‌ସିସିର ଅଧିକାରୀ ମେଜର ଡ଼ ସଞ୍ଜୀବ ବଳିଆରସିଂ, କ୍ରୀଡ଼ା ଉପଦେଷ୍ଟା ଡ଼ ଯତୀନ୍ଦ୍ର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ର୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande