ସମ୍ବଲପୁର, ୧୪ ଅଗଷ୍ଟ (ହି.ସ.)
ଆଜି ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଆଇନ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ଗଡ଼ତିଆଙ୍କ ସ୍ୱାଗତ ଭାଷଣରେ ଶୁଭାରମ୍ଭ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ । କର୍ମଶାଳାରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ସମ୍ବଲପୁର ଉପଖଣ୍ଡର ଉପ ଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ତାଲିମଦାତା ଭାବେ ଯୋଗ ଦେଇ ପ୍ରାରମ୍ଭିକ ତାଲିମ ପ୍ରଦାନ କରିଥିଲେ । ଯୌନ ନିର୍ଯାତନା ଆଇନର ପୃଷ୍ଠଭୂମି ଉପରେ ଶ୍ରୀମତୀ ପଣ୍ଡା ବିଭିନ୍ନ ଟିପ୍ପଣୀ ଓ ଉଦାହରଣ ସହ ତାଲିମ ପ୍ରଦାନ କରିଥିଲେ । ଆଇନଜୀବୀ ଅଙ୍କିତା ଗୁରୁ ଅନ୍ୟତମ ତାଲିମ ଦାତା ଭାବେ ଯୋଗ ଦେଇ ଯୌନ ନିର୍ଯାତନା ଆଇନ ୨୦୧୩ରେ ଥିବା ବିଭିନ୍ନ ନିୟମ ଅଧିନିୟମ ସମ୍ବନ୍ଧରେ ଆଲୋଚନା କରିଥିଲେ । ମୌସୁମୀ ଦୋରା ଏହି କାର୍ଯ୍ୟକ୍ରମରେ ଆଭ୍ୟନ୍ତରୀଣ କମିଟି ଓ ସ୍ଥାନୀୟ କମିଟିର ଭୂମିକା ଉପରେ ଆଲୋଚନା କରିଥିଲେ । ରେଢ଼ାଖୋଲ ଶିଶୁବିଭାଗ ପ୍ରକଳ୍ପ ଅଧିକାରିଣୀ ଆରତୀ ମିଶ୍ର ଅନ୍ୟତମ ତାଲିମ ଦାତ୍ରୀ ଭାବରେ ଯୋଗ ଦେଇ ଯୌନ ନିର୍ଯ୍ୟାତନା ଆଇନରେ ବିବୃତି ପ୍ରଦାନ ଓ ତଥ୍ୟ ସଂଗ୍ରହ କିପରି ଭାବରେ କରାଯିବ ସେ। ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ସିଟି ଡ଼ିଏସପି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଲିସର ଭୂମିକା ସମ୍ପର୍କରେ ଆଲୋଚନା କରିଥଲେ । (ଡିସି ହବ୍ ) ସିଂ ବକ୍ସ ପୋର୍ଟାଲ ସମ୍ବଦ୍ଧରେ ଛୋଟେଲାଲ ସାହୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ଏଡ଼ଏଟ୍ ଆକ୍ସନ ସଂଯୋଜିକା ସୁନୀତା ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରୋଗ୍ରାମ ଅଫିସର ସରିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବାରେ ସହଯୋଗ ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ