ଜୟପୁର, 14 ଅଗଷ୍ଟ (ହି.ସ.)
କୋରାପୁଟ ଜିଲ୍ଲା ଜୟପୁର ମହିଳାଥାନା ପୁଲିସ ପକ୍ଷରୁ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଦୁଇଟି ପୃଥକ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ବୋରିଗୁମ୍ମା ଥାନା ଜୟନ୍ତୀଗିରି ଗ୍ରାମର କାର୍ତ୍ତିକ ପରଜା (୧୮) ଏବଂ ଜୟପୁର ସଦରଥାନା ବୈରାଗୀମଠ ଗ୍ରାମର ଉଦ୍ଧବ ଖିଲ । ମହିଳା ଥାନା ପୁଲିସ ସୂଚନା ଅନୁଯାୟୀ ପ୍ରଥମ ଘଟଣାରେ ଅଭିଯୁକ୍ତ କାର୍ତ୍ତିକ ସ୍ଥାନୀୟ ଅଞ୍ଚଳ ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗତ ୭ ମାସ ହେଲାଣି ବାରମ୍ବାର ତାଙ୍କ ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲେ । ଏହିପରି ନାବାଳିକା ୫ ମାସର ଗର୍ଭବତୀ ଅଛନ୍ତି । ଏଥିନେଇ ଗ୍ରାମରେ ସମାଧାନ ନେଇ ଆଲୋଚନା ହୋଇଥିଲା । କିନ୍ତୁ ସମାଧାନ ହୋଇନଥିବା ବେଳେ ନାବାଳିକା ଏବଂ ତାଙ୍କ ପରିବାରକୁ ପାଲଟା ଧମକଚମକ ଦେଉଥିବା ନେଇ ନାବାଳିକାଙ୍କ ମା ମହିଳା ଥାନାରେ ଲିଖିତ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି । ସେହିପରି ଦ୍ବିତୀୟ ଘଟଣାରେ ଜୟପୁର ସଦରଥାନା ବୈରାଗିମଠର ଅଭିଯୁକ୍ତ ଉଦ୍ଧବ ଖିଲ (୨୮)ଗତ କିଛି ବର୍ଷ ପୂର୍ବେ ଉକ୍ତ ଗ୍ରାମର ଜଣେ ୧୭ ବର୍ଷ ନାବାଳିକାଙ୍କୁ ପ୍ରେମ କରୁଥିଲେ । ଏହିପରି ବିବାହ ପ୍ରଲୋଭନ ଦେଖାଇ ଶାରରୀକ ସମ୍ପର୍କ ରଖିଥିଲେ । ବର୍ତ୍ତମାନ ଅଭିଯୁକ୍ତ ଅନ୍ୟଜଣେ ଝଅଙ୍କୁ ପ୍ରେମ କରୁଥିବା ବେଳେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିନେଇ ନାବାଳିକା ଅଭିଯୁକ୍ତ ଯୁବକ ପାଲଟା ଧମକଚମକ ଦେଇଥିଲେ । ଶେଷରେ ନାବାଳିକାଙ୍କ ପରିବାର ମହିଳା ଥାନାର ଦ୍ବାରସ୍ତ ହୋଇଛନ୍ତି । ଅଭିଯୋଗକାରିଣୀଙ୍କୁ ଏତଲାକୁ ଭିତ୍ତି କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରିଥିବା ନେଇ ମହିଳା ଥାନା ଅଧିକାରୀ ଆଶ୍ରିତା ଖାଲ୍କୋ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି