ଡାରୱୀନ ମେମୋରିଆଲ ଡିଗ୍ରୀ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର
ମାଲକାନଗିରି, 14 ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରୱୀନ ମେମୋରିଆଲ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି!ଉକ୍ତ ରକ୍ତଦାନ ଶିବିର କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଉଭୟ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମି
ଡାରୱୀନ ମେମୋରିଆଲ ଡିଗ୍ରୀ  ମହାବିଦ୍ୟାଳୟରେ ମେଗା ରକ୍ତ ଦାନ ଶିବିର


ମାଲକାନଗିରି, 14 ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରୱୀନ ମେମୋରିଆଲ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି!ଉକ୍ତ ରକ୍ତଦାନ ଶିବିର କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଉଭୟ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା!ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ ବିଡ଼ିଓ ଉମାକାନ୍ତ କୋୟା ଉଦଘାଟନ କରିଥିଲେ! ଶିବିରରେ ସ୍ଥାନୀୟ ତହସିଲଦାର କୃଷ୍ଣଚନ୍ଦ୍ର ଦାସ,ଅଧକ୍ଷ ଅଶୋକ କୁମାର ପ୍ରଧାନ, ସମାଜସେବୀ ଦିବାକର ସୁନା ତଥା ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରି ଉପସ୍ଥିତ ଥିଲେ। ଶିବିରରେ ପ୍ରଥମ ସ୍ୱେଚ୍ଛାସେବୀ ରକ୍ତଦାତା ଭାବେ ସ୍ଥାନୀୟ ବିଡ଼ିଓ କୋୟା ସର୍ବପ୍ରଥମେ ରକ୍ତଦାନ କରିଥିଲେ। ୨୫୦ ରୁ ଅଧିକ ସ୍ୱେଚ୍ଛାସେବୀ ଉପସ୍ଥିତ ରହିଥିବା ବେଳେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ୧୨୦ ଜଣ ଜଣ ରକ୍ତଦାନ

କରିଥିଲେ। ଶେଷରେ ଏହି ମେଗା ରକ୍ତଦାନ ଶିବିରରେ ୧୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଏକ ଶହରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା ନିମନ୍ତେ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ପ୍ରଧାନଙ୍କୁ ବ୍ଲଡ଼ ବ୍ୟାଙ୍କ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande