ଚୋରା ମୋରମ ଚାଲାଣ ବେଳେ ଚଢ଼ାଉ ୩ଟି ହାଇୱା, ଡ଼ମ୍ଫର ସହ ମେସିନ ଜବତ
ବାରିପଦା, 14 ଅଗଷ୍ଟ (ହି.ସ.)- ଚୋରା ମୋରମ ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ଟି ହାଇୱା ଓ ଡ଼ମ୍ଫର ଜବତ କରାଯାଇଛି। ବେତନଟୀ ପୁଲିସ ଏସଡିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ବୁଧବାର ବିଳମ୍ବିତ ରାତିରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାରେ ଚଢ଼ାଉ କରି ଜବତ ହୋଇଛି। ବଡ଼ସାହି ଥାନା ଅଧୀନ ଅଗାଶୋଳ
Police raid


ବାରିପଦା, 14 ଅଗଷ୍ଟ (ହି.ସ.)- ଚୋରା ମୋରମ ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ଟି ହାଇୱା ଓ ଡ଼ମ୍ଫର ଜବତ କରାଯାଇଛି। ବେତନଟୀ ପୁଲିସ ଏସଡିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ବୁଧବାର ବିଳମ୍ବିତ ରାତିରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାରେ ଚଢ଼ାଉ କରି ଜବତ ହୋଇଛି। ବଡ଼ସାହି ଥାନା ଅଧୀନ ଅଗାଶୋଳ ଠାରେ ଚଢ଼ାଉ କରି ଚୋରା ମୋରମ ବୋଝେଇ ହାଇୱା ସମେତ ମୋରମ ଖାଦାନରୁ ଚେନ ମେସିନ ଜବତ କରିଛନ୍ତି। ସୂଚନା ମୁତାବକ ଚୋରା ମୋରମ ବେଆଇନ ଭାବେ ଉତ୍ତୋଳନ କରି ପଡୋଶୀ ବାଲେଶ୍ୱର ଜିଲ୍ଲାକୁ ଚାଲାଣ କରାଯାଉଥିଲା। ଖବର ପାଇ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳ ପ୍ରଥମେ ବୈଶିଙ୍ଗା-ମାଣତ୍ରୀ ଚଢାଉ କରିଥିଲେ। ସେଠାରେ ବାଲେଶ୍ୱରକୁ ଚୋରା ଚାଲାଣ ହେଉଥିବା ଓ଼ଆର -୧୬ଇ-୧୮୨୮, ଓଡି -୦୧ଏୟୁ -୩୬୭୭ ଏବଂ ଓଡି-୦୧ଏଭି -୪୨୮୦ ନମ୍ବର ବିଶିଷ୍ଟ ଚୋରା ମୋରମ ବୋଝେଇ ଗାଡି ଗୁଡିକୁ ଜବତ କରିଥିଲେ। ଏହାପରେ ଅଧିକ ତଦନ୍ତ କରିବାରୁ ବଡ଼ସାହି ଥାନା ଅଧୀନ ଅଗାଶୋଳ ଠାରେ ଥିବା ମୋରମ ଖାଦାନରେ ମଧ୍ୟ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋଟିଏ ଚେନ ମେସିନ ସମେତ ଆଉ ଏକ ମୋରମ ବୋଝେଇ ହାଇୱାକୁ ଜବତ କରି ବଡ଼ସାହି ପୁଲିସ ଜିମା ଦିଆଯାଇଛି। ଏନେଇ ମାଇନିଂ ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେ ଜୋରିମାନା ଆଦାୟ ନଚେତ ଫୌଜଦାରୀ ମାମଲା ରୁଜୁ ପାଇଁ ଲିଖିତ ଅଭିଯୋଗ କଲେ ପୁଲିସ ପକ୍ଷରୁ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande