କେନ୍ଦୁଝର, 14 ଅଗଷ୍ଟ (ହି.ସ.) ଧରଣୀଧର ବିଶ୍ବବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ରାଷ୍ଟ୍ରୀୟ ସଂସ୍କୃତ ସମ୍ମିଳନୀର ଉଦଯାପନୀ ଦିବସ ପାଳିତ ହୋଇଯାଇଛି । ସମାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାବେ ପ୍ରଫେସର୍ ପଫୁଲ୍ଲ କମାର ମିଶ୍ର, ବିଶିଷ୍ଟ ଅତିଥ୍ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ସମ୍ମାନିତ ଅତିଥିଭାବେ ପ୍ରଫେସର୍ ହରେକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ ।ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଅଧ୍ୟାପକ,ଅଧ୍ୟାପିକାମାନେ,ଛାତ୍ରଛାତ୍ରୀମାନେ ଭାରତୀୟ ଜ୍ଞାନ ପରମ୍ପରାର ଉତ୍ସ ସସ୍କୃତ ଏହି ବଷୟରେ ୪୩ ଗୋଟି ଗବେଷପତ୍ର ଉପସ୍ଥାପନ କରିଥିଲେ । ପିଜି କାଉନସିଲ ଅଧ୍ଯକ୍ଷ ଡକ୍ଟର ପ୍ରଭୁ ପ୍ରସାଦ ଦାସଙ୍କର ଅଧ୍ଯକ୍ଷତାରେ ଏହି ଉତ୍ସବ ପାଳିତ ହେବା ସହ ଗବେଷଣା କାର୍ୟକୁ ଭବିଷ୍ୟତରେ ଜାରି ରଖିବା ପାଇଁ ଆହ୍ବାନ ଦେଇଥିଲେ । ଉଦଯାପନୀ ଭାଷଣ ପ୍ରଫେସର୍ ବ୍ରଜକିଶୋର ସ୍ୱାଇଁ ପ୍ରଦାନ କରିଥିଲେ । ଡକ୍ଟର ଆଲିଶା ବିଶ୍ଵାଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥଲେ । ବିଭା ଗମୁଖ୍ୟା ଡକ୍ଟର ନିବେଦିତା ପତି ଜାତୀୟ ଆଲୋଚନାଚକ୍ରର ସମ୍ପୂର୍ଣ୍ଣ ବବରଣୀ ଉପସ୍ଥାପନା କରିଥିଲେ । ଶ୍ରୀମତୀ ମନୋରମା ଖଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA