ସମ୍ବଲପୁର ମଣ୍ଡଳ ପକ୍ଷରୁ ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପାଳିତ
ସମ୍ବଲପୁର, ୧୪ ଅଗଷ୍ଟ (ହି.ସ.) - ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ୧୪ ଅଗଷ୍ଟ ୨୦୨୫ ରେ ଦେଶ ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପାଳନ କରୁଛି । ବିଭାଜନ ସମୟରେ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖଦ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣି
ସମ୍ବଲପୁର ମଣ୍ଡଳ ପକ୍ଷରୁ ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପାଳିତ


ସମ୍ବଲପୁର ମଣ୍ଡଳ ପକ୍ଷରୁ ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପାଳିତ


ସମ୍ବଲପୁର ମଣ୍ଡଳ ପକ୍ଷରୁ ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପାଳିତ


ସମ୍ବଲପୁର, ୧୪ ଅଗଷ୍ଟ (ହି.ସ.) - ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ୧୪ ଅଗଷ୍ଟ ୨୦୨୫ ରେ ଦେଶ ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପାଳନ କରୁଛି । ବିଭାଜନ ସମୟରେ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖଦ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣିବାପାଇଁ ବିଭାଜନ ସମୟର ଭୟାବହକୁ ସ୍ମରଣ କରିବା ପାଇଁ ଏହି ସ୍ମରଣ ଦିବସ ଧାର୍ଯ୍ୟ କରାଯାଇଛି । ଗତ ଶତାଦ୍ଧୀରେ ମାନବ ଜନସଂଖ୍ୟାର ସର୍ବବୃହତ ବିସ୍ଥାପନ ଦେଶ ସ୍ୱାଧିନତା ସମୟରେ କରାଯାଇଥିଲା । ଯାହାକି ବହୁସଂଖ୍ୟକ ଲୋକଙ୍କ ଜୀବନହାନି ଘଟାଇଥିଲା । ବିଭାଜନ ସମୟର ବିଭୀଷିକାକୁ ସ୍ମରଣ କରିବାପାଇଁ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସମ୍ବଲପୁର ରେଳ ଷ୍ଟେସନ ଠାରେ ୧୪ ଅଗଷ୍ଟ ୨୦୨୫ ରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି । ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ସୁବାସ ଚନ୍ଦ୍ର ଚୌଧରୀ, ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏହି ଅବସରରେ ମଣ୍ଡଳର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande