ଶିବୁ ସୋରେନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବାରିପଦା,୧୪ ଅଗଷ୍ଟ (ହି.ସ.) - ଦିଶୋମ ଗୁରୁ ତଥା ଆଦିବାସୀ ନେତା ଶିବୁ ସୋରେନଙ୍କ ବାରିପଦା ଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ବିଭିନ୍ନ ଦଳୀୟ, ସମାଜସେବୀ, ବୁଦ୍ଧିଜୀବୀ ସମେତ ସ୍ଥାନୀୟ ଜନସାଧାରଣ, ମାନ୍ୟଗନ୍ୟ ବ୍ୟକ୍ତିବିଶେଷ ସାମିଲ ହୋ
Shibu Soren Shradhanjali Sabha


Shibu Soren Shradhanjali Sava


ବାରିପଦା,୧୪ ଅଗଷ୍ଟ (ହି.ସ.) - ଦିଶୋମ ଗୁରୁ ତଥା ଆଦିବାସୀ ନେତା ଶିବୁ ସୋରେନଙ୍କ ବାରିପଦା ଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ବିଭିନ୍ନ ଦଳୀୟ, ସମାଜସେବୀ, ବୁଦ୍ଧିଜୀବୀ ସମେତ ସ୍ଥାନୀୟ ଜନସାଧାରଣ, ମାନ୍ୟଗନ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଦିଶମ ଗୁରୁ ଶିବୁ ସୋରେନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ସେ ଆଦିବାସୀ ସମାଜର ମସିହା ଅଟନ୍ତି। ସେ ମୟୁରଭଞ୍ଜ ଜିଲ୍ଲାକୁ ବହୁତ ଭଲ ପାଉଥିଲେ। ଝାରଖଣ୍ଡ ରାଜ୍ୟର ସୁଧଖୋର ମହାଜନଙ୍କ ପାଇଁ କାଳ ଥିଲେ। ମହାଜନୀ ବ୍ୟବସ୍ଥାକୁ ହଟେଇବା ପାଇଁ ଝାରଖଣ୍ଡ ଆଦିବାସୀ ମାନଙ୍କୁ ଏକତ୍ରିତ କରି ମହାଜନ ମାନଙ୍କ ବିରୋଧରେ ସ୍ୱରତୋଳନ କରିଥିଲେ। ଯାହାଫଳରେ କି ମହାଜନ ମାନେ ଗୁରୁଜୀଙ୍କୁ ଅନେକ ଥର ହତ୍ୟା ଉଦ୍ୟମ କରିଥିଲେ। ଗୁରୁଜୀଙ୍କ ବହୁ ଆନ୍ଦୋଳନ କରି ଏହାକୁ ବନ୍ଦ କରିବା ସହ ଆଦିବାସୀଙ୍କ ଉନ୍ନତି ପାଇଁ ଅନେକ ଆନ୍ଦୋଳନ କରିଥିଲେ। ଯାହାଫଳରେ ତାଙ୍କ ପ୍ରତି ବିଶ୍ୱାସ, ଆସ୍ଥା ବଢ଼ିବା ସହ ଗୁରୁଜୀ ବୋଲି ଆଖ୍ୟା ପାଇଥିଲେ। ଅଲଗା ଝାରଖଣ୍ଡ ରାଜ୍ୟ ଗଠନ କରି ସେ ୩ ଥର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଥିଲେ। ଗୁରୁଜୀଙ୍କ ଜନ୍ମ ୧୧ ଜାନୁଆରୀ ୧୯୪୪ରେ ବିହାର ରାଜ୍ୟର ହଜାରିବାଗ ଜିଲ୍ଲା ତଥା ବର୍ତମାନର ରାମଗଡ଼ ଜିଲ୍ଲା ସ୍ଥିତ ନେମ୍ରା ଗ୍ରାମରେ ହୋଇଥିଲା। ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ପୌରହିତରେ ସଭା ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande