ଜୟପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା
ଜୟପୁର, 14 ଅଗଷ୍ଟ (ହି.ସ.) ସ୍ୱାଧୀନତା ଦିବସର ଅ୍ୱ୍ୟବହିତ ପୂର୍ବରୁ ଜୟପୁର ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଜୟପୁର ପୌରାଞ୍ଚଳର ତରଫରୁ ଏହି ବିଶାଳା ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିନ ହୋଇଛି । ଏହି ଶୋଭାଯାତ୍ରା ଆଜି ଜୟପୁର ରାଜା ନହର ଠାରୁ ମୁଖ୍ୟ ଟ୍ରାଫିକ ଦ
ଜୟପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା


ଜୟପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା


ଜୟପୁର, 14 ଅଗଷ୍ଟ (ହି.ସ.) ସ୍ୱାଧୀନତା ଦିବସର ଅ୍ୱ୍ୟବହିତ ପୂର୍ବରୁ ଜୟପୁର ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଜୟପୁର ପୌରାଞ୍ଚଳର ତରଫରୁ ଏହି ବିଶାଳା ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିନ ହୋଇଛି । ଏହି ଶୋଭାଯାତ୍ରା ଆଜି ଜୟପୁର ରାଜା ନହର ଠାରୁ ମୁଖ୍ୟ ଟ୍ରାଫିକ ଦେଇ ପୌର ପାଳିକାରେ ପହଞ୍ଚି ଥିଲା । ଏଠାରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ଅତିତ୍କ୍ ପୌର କାଯ୍ୟନିବାହି ଅଧିକାରି ପୁଜା ରାଉତ , ଏସଡିପିଆରଓ ଯୋଶୋଦା ଗାଦବା ଙ୍କ ସହ ଏନସିସି କ୍ୟାଡେଟ, ସ୍ଲୁଲ ଛାତ୍ର ଛାତ୍ରି ସହ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ । ସେହିପରି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ରେ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଛି । ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ରାଜା ନଗର ଦେଇ ପୁଣି ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଥିଲା । ବିରାଟ ଜାତୀୟ ପତକାକୁ ଶୋଭାଯାତ୍ରା ରେ ନିଆଯାଇଥିଲା । ବିଶ୍ୱ ବିଦ୍ୟାଳୟର କୁଳ ସଚିବ ମହେଶ୍ୱର ନାୟକଙ୍କ ସହ ଅଧ୍ୟାପାକ କର୍ମଚାରି ୧ ହଜାରରୁ ଉଦ୍ଧ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ହାତରେ ତ୍ରିରଙ୍ଗା ଓ ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହୋଇଥିଲା । ସମାଜରେ ଲୋକ ମାନେ କିପରି ଦେଶ ପ୍ରେମ ଓ ଦେଶ ଭକ୍ତିରେ ନିଜକୁ ସାମିଲ କରିବେ ଏବଂ ସମସ୍ତ ଙ୍କ ମନରେ ରାଷ୍ଟ୍ର ପ୍ରେମର ଭାବନା ଜାଗ୍ରତ କରିବା ଏହି ତ୍ରିରଙ୍ଗା ଶୋଭାଯାତ୍ରାର ମୁଖ୍ୟ ଲକ୍ଷ୍ୟ ଥିଲା । ଜାତୀୟ ପତାକା ପ୍ରତ୍ୟେକ ଭାରତୀୟ ଙ୍କ ଗର୍ବ, ଗୌରବ ଓ ସ୍ୱାଭିମାନ ପ୍ରତୀକ । ଦେଶ ସ୍ୱାଧୀନତା ନିମନ୍ତେ ଏହି ଜାତୀୟ ପତାକା ତଳେ ବହୁ ଲୋକ ପ୍ରାଣ ବଳି ଦେବାକୁ ମଧ୍ୟ ପଛାଇନାହାନ୍ତି । ଏହି ଏହି ଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତି କୁ ଜାଗ୍ରତ କରାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣି ଥରେ ମନେ ପକାଇଦିଏ । ଏହି ପତାକା କୁ ଉଚ୍ଚ ସ୍ଥାନରେ ରଖିବା ସମସ୍ତ ଙ୍କ ଦାୟିତ୍ୱ । ଏହି ତ୍ରିରଙ୍ଗା ମାଧ୍ୟମ ରେ ରାଷ୍ଟ୍ରବାଦ, ଜାତୀୟତାବାଦ, ଦେଶ ପ୍ରେମ ଜାଗ୍ରତ କରିବା ହେଉଛି ମୂଳ ଉଦେଶ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande