ବଲାଙ୍ଗିର, 14 ଅଗଷ୍ଟ (ହି.ସ.)
ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ତା.୧୨.୦୮.୨୫ ରୁ ତା ୧୪.୦୮.୨୫ ମଧ୍ୟରେ ସରକାର ଙ୍କ ପ୍ରାୟୋଜିତ ଷ୍ଟାର୍ଟ ଅପ ଏଣ୍ଡ ଇନୋଭେଶନ ଓ ହାର ଘର ତିରଙ୍ଗାକାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ମହାବିଦ୍ୟାଲୟ ରେ ତା.୧୨.୦୮.୨୫ ରେ ଅପ ଏଣ୍ଡ ଇନୋଭେଶନ ପ୍ରତିୟୋଗିତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ତା ୧୩.୦୮.୨୫ ରେହାର ଘର ତିରଙ୍ଗା କାର୍ଯକ୍ରମ ଅବସରରେ ଏକ ତ୍ରିରଙ୍ଗା ସମାବେଶ ହୋଇଥିଲା। ଏଥିରେ ଶତାଧିକ ଛାତ୍ରୀ ଛାତ୍ର ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ତା ୧୪.୦୮.୨୫ ରେ
ଷ୍ଟାର୍ଟ ଅପ ଏଣ୍ଡ ଇନୋଭେଶନପ୍ର ତିୟୋଗିତା ୨୦୨୫ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ଓ ନଗଦ ରାଶି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ମିଶ୍ର ଙ୍କ ଦ୍ଵାରା ବିତରଣ କରାଯାଇଥିଲା। ଏହି କାର୍ଯକ୍ରମକୁ ସଂୟୋଜକ ରାଜନୀତି ବିଜ୍ଞାନ ଅଧ୍ୟାପକ ଯୁଧିଷ୍ଠିର ପଧାନ ପରିଚାଳନା କରିଥିଲେ। କାର୍ଯକ୍ରମରେ ଇଂରାଜୀ ଅଧ୍ୟାପିକା ଜସ୍ମିନ୍ କୁମାରୀ ନନ୍ଦ, ଶିକ୍ଷା ବିଭାଗ ଅଧ୍ୟାପକ ଚନ୍ଦ୍ରଭାନୁ ମିର୍ଦ୍ଧା, ଅଧ୍ୟାପିକା ଗାର୍ଗୀ ମିଶ୍ର, ଜସ୍ନମାଇ ପଟେଲ, ବର୍ଷା ପଟେଲ ଓ କ୍ରୀଡା ଶିକ୍ଷକ ରଘୁନାଥ ଭୋଇ ସହୟୋଗ କରିଥିଲେ ଓ ପରିଶେସରେ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ