କେନ୍ଦୁଝର, 14 ଅଗଷ୍ଟ (ହି.ସ.) - ଧରଣୀଧର ବିଶ୍ଵବିଦ୍ୟାଳୟ ଅନୁକୁଲ୍ୟରେ ହର ଘର ତ୍ରିରଙ୍ଗା ଅଭିଯାନ ନିମନ୍ତେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାୟର କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି , ପିଜି କାଉନସିଲ ଚେୟାରମେନ ପ୍ରଭୁପ୍ରସାଦ ଦାସ ଯୋଗଦାନ କରିଥିଲେ । ବିଶ୍ଵବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ କର୍ମଚାରୀ ଓ ୧୫୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦାନ କରି ଥିଲେ । ଏହି ପଦଯାତ୍ରାଟି ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ସିରାଜଉଦିନ ଛକ ପର୍ଯ୍ୟନ୍ତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ୫୦୦ ମିଟର ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା କରିଥିଲେ । ସମସ୍ତ ନାଗରିକ ମାନଙ୍କୁ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜାଗୃତ କରି ସ୍ଵାଧୀନତା ଦିବସ କୁ ଗର୍ବର ସହ ପାଳନ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା । ଛାତ୍ରଛାତ୍ରୀ ମାନେ ସ୍ଲୋଗାନ ଦେଇଥିଲେ ଏବଂ ଶବ୍ଦ ପ୍ରଣାଳୀ ମାଧ୍ୟମରେ ଦେଶାତ୍ମବୋଧ ସଙ୍ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜିକା ଡ.ସରିତା ନାୟକ ସଂଯୋଜନା କରି ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA