ସୁବର୍ଣ୍ଣପୁର, 14 ଅଗଷ୍ଟ (ହି.ସ.)
ସୋନପୁର ପ୍ୟାଲେସ ଗାର୍ଡେନ ନିବାସୀ ଆଦର୍ଶ ଶିକ୍ଷକ ତଥା ଉତ୍କୃଷ୍ଟ ଫୁଟବଲ୍ ଖେଳାଳୀ କୃଷ୍ଣଚନ୍ଦ୍ର ବାଘ ଙ୍କ (୮୧) ବର୍ଷ ବୟସ ରେ ସମ୍ବଲପୁରରେ ଚିକିତ୍ସା ଧୀନ ଅବସ୍ଥାରେ ବୁଧବାର ଭୋର ୫ଟା ବେଳେ ପରଲୋକ ହୋଇଯାଇଛି । ଏ ଖବର ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ବର୍ଷ ଧରି ତରଭା ଓ ସୋନପୁର ମହାରାଜା ହାଇସ୍କୁଲରେ ଶିକ୍ଷକତା କରି ସେ ଖୁବ୍ ସୁନାମ ଅର୍ଜନ କରିଥିଲେ । ଜଣେ ଅମାୟିକ ବ୍ୟକ୍ତିତ୍ୱ ,ଆଦର୍ଶ , ନିର୍ବିବାଦୀୟ ଏବଂ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ଖୁବ୍ ପରିଚିତ ଥିଲେ । ଜ଼ିଲ୍ଲା କ୍ରୀଡାସଂଘ ର ସକ୍ରିୟ ଓ କାର୍ଯ୍ୟକାରୀ ସଦସ୍ୟ ଥିଲେ।ସ୍ବର୍ଗତ ଶ୍ରୀ ବାଘ ୧୩ ଜୁଲାଇ ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ ବଲାଙ୍ଗୀର ଜିଲ୍ଲାର ସଇଁତଳା, ଦେଓଗାଁ ସହ ସୁବର୍ଣ୍ଣପୁର ବାଳିକା ହାଇସ୍କୁଲ, ମହାରାଜା ହାଇସ୍କୁଲ ଶିକ୍ଷାଦାନ କରିଥିଲେ। ସୁବର୍ଣ୍ଣପୁର ମହାରାଜା ହାଇସ୍କୁଲ ରେ ଦୀର୍ଘ ସମୟ ଶିକ୍ଷକତା ପରେ ୨୦୦୩ ମସିହାରେ ଅବସର ଗ୍ରହଣ କରିଥିଲେ । ସେ ସାମାଜିକ ବିଜ୍ଞାନ ବିଷୟରେ ଅଧ୍ୟୟନ କରୁଥିଲେ । ସେ ଶ୍ରୀ ସତ୍ୟ ସାଇ ବାବା ଙ୍କ ଜଣେ ପରମ ଭକ୍ତ ଥିବା ବେଳେ ଅତି ସେ ସାଧାରଣ ଜୀଵନ ଯାପନ କରି ଆସୁ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ବାସଭବନ ରେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଆତ୍ମିୟସ୍ଵଜନ ଙ୍କ ସହ ଭାଈ ଅକ୍ଷୟ, ଦୁଇ ପୁତ୍ର ପ୍ରଶାନ୍ତ(ପପିନ), ସୁଶାନ୍ତ(ପପନ), ବହୁ, ନାତି, ନାତୁଣୀ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ ରାମେଶ୍ବର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡ ପୁଅ ପ୍ରଶାନ୍ତ କୁମାର ବାଘ ମୁଖାଗ୍ନି ଦେଇଥିଲେ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ରେ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ବାଘ ସାର୍ ଙ୍କ ଉତ୍ସର୍ଗୀକୃତ ସେବା ଓ ଅବଦାନ ଆଗାମୀ ଶିକ୍ଷକ ଓ ଖେଳାଳି ଙ୍କ ପାଈଁ ଉଦାହରଣ ସୃଷ୍ଟି କରିବ ବୋଲି କ୍ରୀଡାବିତ୍ ଗୋରେଖ୍ ନାଥ ସାହୁ, ଚିତ୍ତ ରଞ୍ଜନ ତରାସିଆ, ଜୟ ପ୍ରକାଶ ନାରାୟଣ ସାହୁ, ଗୌରିଶ୍ୟlମ ପଣ୍ଡା, ପୁରୁଷୋତ୍ତମ ପାଣିଗ୍ରାହୀ ଓ ପୀୟୂଷ ପଣ୍ଡା ପ୍ରମୁଖ ମତ ରଖି ଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ