କୋରେଇ, ୧୪ ଅଗଷ୍ଟ (ହି.ସ.) - ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ଗୃହରକ୍ôଷ ପାଇଁ ଆବେଦନକାରୀଙ୍କ ଲିଖିତ ପରୀକ୍ଷା ଅଗଷ୍ଟ ୧୭ରେ ହେବାକୁ ସ୍ଥିର ହୋଇଛି । ଏଥି ନିମନ୍ତେ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ପ୍ରାଥିଙ୍କ ମଧ୍ୟରୁ ୬୮୯୮ ଜଣ ପରୀକ୍ଷା ଦେବେ । ୧୧୨ ପଦବୀ ପାଇଁ ମୋଟ ୮୪୭୨ ଜଣ ଆବେଦନ କରିଥିବା ବେଳେ ଯାଂଚରେ ୧୫୭୪ କଟିବା ପେରେ ଏଥି ନିମନ୍ତେ ଜିଲ୍ଲାରୁ ୫ଟି କେନ୍ଦ୍ରକୁ ସ୍ଥିର କରାଯାଇଛି । ଯାଜପୁର ଏନସି କଲେଜରେ ଯାଜପୁର ଥାନାର ୪୭୯ଜଣ, ଯାଜପୁର ସଦର ଥାନାର ୫୭୮ଜଣ, କୁଆଖିଆ ଥାନାର ୬୦୦ଜଣ, ବରୀ ଥାନାର ୪୮୧ଜଣ, ମଂଗଳପୁର ଥାନାର ୧୯୪ଜଣ ମୋଟ ୨୩୩୨ଜଣ ପରୀକ୍ଷା ଦେବେ । ସେହିପରି ବରୁଣେଶ୍ୱର ମହାବିଦ୍ୟାଳୟ ବିଂଝାରପୁର ଠାରେ ବିଂଝାରପୁର ଥାନାର ୩୯୨ଜଣ, ଅଳକୁଣ୍ଡ ଥାନାର ୧୫୯ ଜଣ, ଦଶରଥପୁର ଥାନାର ୨୦୯ଜଣ ମୋଟ ୭୬୦ ଜଣ ମୋଟ ୭୬୦ଜଣ ପରୀକ୍ଷା ଦେବେ । ବ୍ୟାସନଗର ସ୍ୱୟଂସାଶିତ ମହାବିଦ୍ୟାଳୟ ଯାଜପୁରରୋଡ ଠାରେ ଯାଜପୁରରୋଡ ଥାନାର ୨୨୧ ଜଣ, କୋରେଇ ଥାନାର ୪୮୯ ଜଣ, ପାଣିକୋଇଲି ଥାନାର ୩୭୫ଜଣ, କଳିଂଗନଗର ଥାନାର ୨୯୩ଜଣ, ସୁକିନ୍ଦା ଥାନାର ୨୯୩ଜଣ, ଜଖପୁରା ଥାନାର ୨୦ଜଣ ,ଟମକା ଥାନାର ୧୮୧ଜଣ, କାଳିଆପାଣି ତାନାର ୧୨୭ଜଣ ମୋଟ ୨୦୦୯ ଜଣ ପରୀକ୍ଷା ଦେବେ । ବି.ବି ସ୍ୱୟଂସାଶିତ ମହାବିଦ୍ୟାଳୟ ଚଣ୍ଡିଖୋଲ ଠାରେ ଧର୍ମଶାଳା ଥାନାର ୫୦୭ଜଣ, ଜେନାପୁର ଥାନାରେ ୩୪୧ଜଣ, ବାଲିଚନ୍ଦ୍ରପୁର ଥାନାରେ ଥାନାର ୧୯୧ଜଣ ମୋଟ ୧୨୩୦ ଜଣ ପରୀକ୍ଷା ଦେବେ । ସରକାରୀ ହାଇସ୍କୁଲ ଚଣ୍ଡିଖୋଲ ଠାରେ ବଡଚଣା ଥାନାର ୨୯୦ଜଣ, ବୈରୀ ଥାନ ଥାନାର ୧୨୭ ଜଣ, ବ୍ରହ୍ମବରଦା ଥାନାର ୧୪୧ ଜଣ ମୋଟ ୫୫୮ ଜଣ ପରୀକ୍ଷା ଦେବାକୁ ସ୍ଥିର ହୋଇଛି । ପରୀକ୍ଷା କେନ୍ଦ୍ର ସ୍ରଳକୁ ମୋଇଲ, ଇଲେକ୍ଟ୍ରି/ଇଲେକ୍ଟ୍ରୋନିକ୍ସ, ଡିଜିଟାଲ ଘଂଟା ନେବାକୁ ବାରଣ କରାଯାଇଥିବା ବେଳେ ସିରିଏଳ ନମ୍ବର ଟୋକନ ୯ଓରିଜିନାଲ), ଆଧାରକାର୍ଡ (ଓରିଜିନାଲ), ବ୍ଲୁ/ବ୍ଲାକ ଫେନ, ଫାସକୋର୍ଟ ସାଇଜର କଲର ଫଟୋ ୧ଟା ନୋବକୁ କୁହାଯାଏଇଛି । ଏଥି ନିମନ୍ତେ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ