ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ଭୁବନେଶ୍ବର ସହିଦନଗର ଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ହୋଇଛି ଶୋଭାଯାତ୍ରା । ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ଵର
ବିଜେପି ଯୁବମୋର୍ଚ୍ଚା     ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା


ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ବିଜେପି

ଯୁବମୋର୍ଚ୍ଚା ପକ୍ଷରୁ ଆଜି ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ଭୁବନେଶ୍ବର ସହିଦନଗର ଠାରୁ

ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ହୋଇଛି ଶୋଭାଯାତ୍ରା । ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ

ନେତୃତ୍ଵରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ହଜାର ଛାତ୍ରଛାତ୍ରୀ । ଦେଶପ୍ରେମ ଆହ୍ୱାନରେ ସମସ୍ତେ ଅଭିଭୂତ ହେବା ପାଇଁ

ସମସ୍ତଙ୍କୁ କରାଯାଇଛି ଉଦବୋଧନ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର , ବିଜେପି ନେତା

ଜଗନ୍ନାଥ ପ୍ରଧାନ, ସଭାପତି ନିରଞ୍ଜନ

ମିଶ୍ରଙ୍କ ସମେତ ଅନ୍ୟ ନେତୃତ୍ବ ଯୋଗଦେଇଥିଲେ । ଏହି ଅବସରରେ ଯୁବ ମୋର୍ଚା ସଭାପତି

ଅଭିଳାଷ କହିଥିଲେ ଦେଶ ପ୍ରେମ ପାଇଁ ସମସ୍ତେ ଏକତ୍ରିତ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କ

ଆହ୍ୱାନ ସମସ୍ତେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇଛିନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande