ମହାପ୍ରଭୁ ଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମହାପ୍ରଭୁ ଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ବିଜେପି ନେତୃବୃନ୍ଦ ଙ୍କ ସହ କଥାହେଲେ ପୁରୀ, , 14 ଅଗଷ୍ଟ (ହି.ସ.)- ସ୍ୱାଧୀନତା ଦିବସ ଅଵ୍ୟବହିତ ପୂର୍ବରୁ ଦେଶବାସୀ ଙ୍କ ମଙ୍ଗଳ କାମନା କରି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପ୍ରାତଃ ସମୟ
ମହାପ୍ରଭୁ ଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଆମେରିକା ଦାଦାଗିରିର ପ୍ରତିବାଦ ଓ ବିକ୍ଷୋଭ


ମହାପ୍ରଭୁ ଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ବିଜେପି ନେତୃବୃନ୍ଦ ଙ୍କ ସହ କଥାହେଲେ

ପୁରୀ, , 14 ଅଗଷ୍ଟ (ହି.ସ.)- ସ୍ୱାଧୀନତା ଦିବସ ଅଵ୍ୟବହିତ ପୂର୍ବରୁ ଦେଶବାସୀ ଙ୍କ ମଙ୍ଗଳ କାମନା କରି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପ୍ରାତଃ ସମୟରେ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି | ବାଇସି ପାହାଚ ଚଢି ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ପାର୍ଶ୍ୱଦେବାଦେବୀ ଙ୍କୁ ଦର୍ଶନ କରିଛନ୍ତି | ଦର୍ଶନ କରି ଫେରିବା ପରେମେ ଫେୟାର ହୋଟେଲ ଠାରେ ଦଳୀୟ ନେତା ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ପୁରୀ ଜିଲ୍ଲା ର ଭଲମନ୍ଦ ବୁଝିଥିଲେ |ବିଜେପି ପୁରୀଜିଲ୍ଲା ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରାଇ, ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଯୁବନେତା ଭବାନୀ ଦାସ ମହାପାତ୍ର, ପୂର୍ବତନ ବିଧାୟକ ବାଇଧର ମଲିକ ଓ ଅନ୍ୟ ନେତା ମାନଙ୍କ ସହ ପୁରୀ ର ଉନ୍ନତି, ରାଜନୀତି, ସମସ୍ୟା, ଶୃଙ୍ଖଳିତ ଦର୍ଶନ ସମ୍ପର୍ଜ ରେ ଆଲୋଚନା କରିଥିଲେ |ସାମ୍ପ୍ରତିକ ସ୍ଥିତି ରେ ଏହି ଆଲୋଚନା ଏବେ ରାଜନୈତିକ ଦୃଷ୍ଟି ରୁ ଗୁରୁତ୍ୱ ରହିଥିବା ଆଲୋଚନା ହେଊଛି |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande