କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛାଡ ମଶାଲ ଶୋଭାଯାତ୍ରା
ଭୁବନେଶ୍ୱର,୧୪ ଅଗଷ୍ଟ (ହି.ସ)-ନିର୍ବାଚନ କମିଶନଙ୍କ ଭୋଟ ଚୋରୀ ମାଧ୍ୟମରେ ବିଜେପିକୁ କ୍ଷମତାକୁ ଆସିବାକୁ ସହାୟତା ବିଷୟ ନେଇ ବିରୋଧ ଦଳ ନେତା ରାହୁଲ ଗାନ୍ଧୀ ସମସ୍ତ ଜନସାଧାରଣଙ୍କ ଆଗରେ ତଥ୍ୟ ଓ ପ୍ରମାଣ ସହ ପର୍ଦ୍ଦାଫାଶ କରି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ। ଏହାକୁ ନେଇ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ
କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛାଡ ମଶାଲ ଶୋଭାଯାତ୍ରା


ଭୁବନେଶ୍ୱର,୧୪ ଅଗଷ୍ଟ (ହି.ସ)-ନିର୍ବାଚନ କମିଶନଙ୍କ ଭୋଟ ଚୋରୀ ମାଧ୍ୟମରେ ବିଜେପିକୁ କ୍ଷମତାକୁ ଆସିବାକୁ ସହାୟତା ବିଷୟ ନେଇ ବିରୋଧ ଦଳ ନେତା ରାହୁଲ ଗାନ୍ଧୀ ସମସ୍ତ ଜନସାଧାରଣଙ୍କ ଆଗରେ ତଥ୍ୟ ଓ ପ୍ରମାଣ ସହ ପର୍ଦ୍ଦାଫାଶ କରି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ। ଏହାକୁ ନେଇ ଅଖିଳ ଭାରତୀୟ

ଜାତୀୟ କଂଗ୍ରେସ ଦେଶର ସମସ୍ତ ଜିଲ୍ଲା ସଦର ମହକୁମା ଠାରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା ପାଇଁ ଆହ୍ୱାନ କରିଥିଲେ। ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ତତ୍ୱାବଧାନରେ ଗୁରୁବାର ଏକ ବିଶାଳ ମଶାଲ ଶୋଭାଯାତ୍ରା ରାଜମହଲ ଛକ ଠାରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।

ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଥିଲେ ଯେ ଭାରତ ବର୍ଷର ଗଣତନ୍ତ୍ର ଆଜି ସଂପୂର୍ଣ୍ଣ ବିପଦ ଗ୍ରସ୍ତ। ନିର୍ବାଚନ କମିଶନ ଭାରତ ବର୍ଷରେ ବିଜେପି ଦଳକୁ କ୍ଷମତାରେ ରଖିବା ପାଇଁ ଗତ ସାଧାରଣ ନିର୍ବାଚନରେ ଭୋଟ୍ ଚୋରୀ କରି ମୋଦୀକୁ କେନ୍ଦ୍ରରେ କ୍ଷମତାସୀନ କରିବା ସହିତ ମହାରାଷ୍ଟ୍ର, ହରିୟାନା, ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟରେ ବିଜେପିର ସରକାର ପ୍ରତିଷ୍ଠା କରିବାରେ ସହାୟକ ହୋଇଛନ୍ତି। ଏହା ଆମ ସମ୍ବିଧାନ ପ୍ରତି ବଡ଼ ଧୋକା ଏବଂ ଭାରତ ବର୍ଷର ଜନସାଧାରଣଙ୍କ ନିଷ୍ପତ୍ତିକୁ ବଦଳାଇ ଆଜି ନିର୍ବାଚନ କମିଶନ, ମୁଖ୍ୟ କମିଶନର ଓ ଅନ୍ୟ ସଦସ୍ୟମାନେ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଭୋଟ ଚୋରୀ ବନ୍ଦ କରିବା ସହିତ ଆମ୍ଭ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ଏବଂ ଆମ ଗଣତନ୍ତ୍ରଙ୍କୁ ସୁରକ୍ଷିତ ରଖିବା ପାଇଁ ଏ ମଶାଲ ଶୋଭାଯାତ୍ରା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande