ସୁନା ମୂଲ୍ୟ ସାମାନ୍ୟ ହ୍ରାସ, ଚାନ୍ଦିର ବଢିଲା ମୂଲ୍ୟ
ନୂଆଦିଲ୍ଲୀ, 14 ଅଗଷ୍ଟ (ହି.ସ.)- ଘରୋଇ ବଜାରରେ ଆଜି ସୁନା ଦାମ ସାମାନ୍ୟ ହ୍ରାସ ପାଇଛି। ତେବେ ଚାନ୍ଦି ଦାମରେ ଆଜି ପ୍ରତି କିଲୋଗ୍ରାମ୍ 1,100 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଦାମରେ ହ୍ରାସ କାରଣରୁ ଆଜି ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ୍ ସୁନା ପ୍ରତି 10
ସୁନା ମୂଲ୍ୟ ସାମାନ୍ୟ     ହ୍ରାସ, ଚାନ୍ଦିର ବଢିଲା ମୂଲ୍ୟ


ନୂଆଦିଲ୍ଲୀ, 14 ଅଗଷ୍ଟ (ହି.ସ.)- ଘରୋଇ ବଜାରରେ

ଆଜି ସୁନା ଦାମ ସାମାନ୍ୟ ହ୍ରାସ ପାଇଛି। ତେବେ ଚାନ୍ଦି ଦାମରେ ଆଜି ପ୍ରତି କିଲୋଗ୍ରାମ୍ 1,100

ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଦାମରେ ହ୍ରାସ କାରଣରୁ ଆଜି ଦେଶର ଅଧିକାଂଶ ସୁନା ବଜାରରେ

24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,01,350 ଟଙ୍କାରୁ 1,01,500 ଟଙ୍କା ମଧ୍ୟରେ ବିକ୍ରି

ହେଉଛି। ସେହିପରି 22 କ୍ୟାରେଟ୍ ସୁନା ମଧ୍ୟ ଆଜି ପ୍ରତି 10 ଗ୍ରାମ 92,900 ଟଙ୍କାରୁ 93,050

ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଚାନ୍ଦି ଦାମରେ ମଧ୍ୟ ହ୍ରାସ ଫଳରେ,

ପ୍ରତି

କିଲୋଗ୍ରାମ୍ 1,16,000 ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।

ଦିଲ୍ଲୀରେ 24 କ୍ୟାରେଟ୍

ସୁନା ଆଜି ପ୍ରତି 10 ଗ୍ରାମ 1,01,500 ଟଙ୍କା

ମୂଲ୍ୟରେ ବ୍ୟବସାୟ ହେଉଛି, ଯେଉଁଠାରେ 22

କ୍ୟାରେଟ୍ ସୁନାର ଦାମ 93,050 ଟଙ୍କା ପ୍ରତି

10 ଗ୍ରାମ ରହିଛି। ଏହିପରି, ଦେଶର ଆର୍ଥିକ

ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,01,350 ଟଙ୍କା ଓ 22 କ୍ୟାରେଟ୍ ସୁନା 92,900 ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande