ପୁରୀ, ୧୪ ଅଗଷ୍ଟ (ହି.ସ.) - ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନ ରେ ବ୍ଲୁ ଫ୍ଲାଗ ବିଚ ଠାରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌରପାଳିକା ପକ୍ଷରୁ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା ରେ ଯୋଗ ଦେଇ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତ୍ରିରଙ୍ଗା ଆମ ଦେଶପ୍ରେମ ଓ ସ୍ୱାଭିମାନ ର ପ୍ରତୀକ।ଏହାର ଗାରିମା କୁ ଆମେ ବଜାୟ ରଖିବା କୁ ସେ ଆହ୍ୱାନ ଦେଇଥିଲେ।ସେହିପରି ସମସ୍ତଙ୍କ ପାଇଁ ସ୍ୱଛତା ଏକ ଅପରିହାର୍ଯ୍ୟ ଆବଶ୍ୟକତା। ସୁସ୍ଥ ଓ ନୀରୋଗ ରହିବାକୁ ସ୍ୱଛତା ପ୍ରେରଣା ଦିଏ।ତେଣୁ ଆମେ ସମସ୍ତେ ନିଜ ପରିସର କୁ ସ୍ୱଛ ରଖିବାକୁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।ଏହି ଅବସରରେ ହରଘର ତ୍ରିରଙ୍ଗା ଓ ହରଘର ସ୍ୱଛତା ଶପଥ ପାଠ କରାଯାଇଥିଲା।ଏହି କାର?୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀଅରଜିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ବିଭିନ୍ନ ବିଭାଗର କର୍ମଚାରୀ, ଜନ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଯୋଗ ଦେଇ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ଦେଇଥିଲେ।ସମୁଦ୍ର କୂଳରେ ଏକ ବୃହତ ମାନବ ଶୃଙ୍ଖଳର ଆୟୋଜନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ବିଜୟ