'ବିଭାଜନ ବିଭୀଷିକା ସ୍ମୃତି ଦିବସ'ରେ ସହିଦମାନଙ୍କୁ ସମ୍ମାନ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)-''ବିଭାଜନ ବିଭୀଷିକା ସ୍ମୃତି ଦିବସ''ରେ ସହିଦମାନଙ୍କୁ ସମ୍ମାନ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ୧୯୪୭ ମସିହା ଆଜିର ଦିନରେ ଦେଶ ବିଭାଜନ କାରଣରୁ ଅନେକ ଭାରତୀୟଙ୍କୁ ନିଜର ସର୍ବସ୍ଵ ତ୍ୟାଗ କରିବାକୁ ପଡିଥିଲା ଏନେଇ ସୋସ
'ବିଭାଜନ ବିଭୀଷିକା ସ୍ମୃତି ଦିବସ'ରେ ସହିଦମାନଙ୍କୁ     ସମ୍ମାନ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)-'ବିଭାଜନ ବିଭୀଷିକା ସ୍ମୃତି ଦିବସ'ରେ ସହିଦମାନଙ୍କୁ ସମ୍ମାନ

ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ୧୯୪୭ ମସିହା ଆଜିର ଦିନରେ ଦେଶ ବିଭାଜନ

କାରଣରୁ ଅନେକ ଭାରତୀୟଙ୍କୁ ନିଜର ସର୍ବସ୍ଵ ତ୍ୟାଗ କରିବାକୁ ପଡିଥିଲା

ଏନେଇ ସୋସିଆଲ ମିଡିଆ

ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୪୭ ମସିହା ଆଜିର ଦିନରେ ଦେଶ ବିଭାଜନ କାରଣରୁ

ଅନେକ ଭାରତୀୟଙ୍କୁ ନିଜର ସର୍ବସ୍ଵ ତ୍ୟାଗ କରିବାକୁ ପଡିଥିଲା। ନିଜର ଭିଟାମାଟି, ଅଧିକାରକୁ ଛାଡ଼ି ନିଜ ଦେଶରେ ଶରଣାର୍ଥୀର ପରିଚୟ ନେଇ ବଞ୍ଚିବାକୁ ବାଧ୍ୟ କରାଯାଇଥିଲା।

ଯାହାକୁ କି ଆଜି ମଧ୍ୟ ଭାରତବାସୀ ଭୁଲି ନାହାନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ

କହିଛନ୍ତି ଯେ, ଆଜି 'ବିଭାଜନ ବିଭୀଷିକା ସ୍ମୃତି ଦିବସ'ରେ ବିଭାଜନ କାରଣରୁ ପ୍ରାଣ ହରାଇଥିବା ସମସ୍ତ ଭାରତୀୟ ନାଗରିକଙ୍କ ପ୍ରତି ବିନମ୍ର

ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଆଜିର ଦିନରେ ସେମାନଙ୍କ ବଳିଦାନକୁ ସ୍ମରଣ କରିବା ସହ ଦେଶର

ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶପଥ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande