ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ୫ଘଂଟା ଦର୍ଶନ ବନ୍ଦ
ପୁରୀ, ୧୪ ଅଗଷ୍ଟ (ହି.ସ.) - ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ସଂଧ୍ୟାରେ ଜନ୍ମାଷ୍ଟମୀ ନୀତି ପାଳିତ ହେବ । ଭାଦ୍ରବ କୃଷ୍ଣ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥିରେ ଏହି ନୀତି ଅନୁଷ୍ଠିତ ହେବ । ସଂଧ୍ୟାଧୂପ ଭୋଗ ଛେକ ଆସିବା ପରେ କୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ସଂଧ୍ୟା ୭ଟାରୁ ରାତି ୧୨ଟା ପର
ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ୫ଘଣ୍ଟା ଦର୍ଶନ ବନ୍ଦ


ପୁରୀ, ୧୪ ଅଗଷ୍ଟ (ହି.ସ.) - ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ସଂଧ୍ୟାରେ ଜନ୍ମାଷ୍ଟମୀ ନୀତି ପାଳିତ ହେବ । ଭାଦ୍ରବ କୃଷ୍ଣ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥିରେ ଏହି ନୀତି ଅନୁଷ୍ଠିତ ହେବ । ସଂଧ୍ୟାଧୂପ ଭୋଗ ଛେକ ଆସିବା ପରେ କୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ସଂଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଶ୍ରୀଜଗନ୍ନାଥଙ୍କୁ ଗର୍ଭ ଉଦକ ଜେଉଟ ଲାଗି କରାଯାଇଛି । ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande