ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ହର ଘର ତିରଙ୍ଗା ସଚେତନତା ଅଭିଯାନ
ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଦେଶବ୍ୟାପୀ ହର ଘର ତିରଙ୍ଗା ଅଭିଯାନର ଅଂଶ ଭାବରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଜାତୀୟ ପତାକା ପ୍ରତି ଦେଶପ୍ରେମ ଏବଂ ସମ୍ମାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଚେତନତା ଅଭିଯାନ ପରିଚାଳନା କରିଥିଲା । ଖୋର୍ଦ୍
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ହର ଘର ତିରଙ୍ଗା ସଚେତନତା ଅଭିଯାନ


ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଦେଶବ୍ୟାପୀ ହର ଘର ତିରଙ୍ଗା ଅଭିଯାନର ଅଂଶ ଭାବରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଜାତୀୟ ପତାକା ପ୍ରତି ଦେଶପ୍ରେମ ଏବଂ ସମ୍ମାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଚେତନତା ଅଭିଯାନ ପରିଚାଳନା କରିଥିଲା ।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଏବଂ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ପ୍ରଦୀପ କୁମାର ବେହେରା ଓ ଶୁଭ୍ରଜ୍ୟୋତି ମଣ୍ଡଳ ସେମାନଙ୍କ ବାସଭବନ ଓ କାର୍ଯ୍ୟାଳୟ ମାନଙ୍କରେ ତିରଙ୍ଗା ପ୍ରଦର୍ଶନ କରାଇବା ସହ ମଣ୍ଡଳ ରେଳବାଇ କାର୍ଯ୍ୟାଳୟରେ ସମସ୍ତ ରେଳ କର୍ମଚାରୀଙ୍କୁ ଗର୍ବର ସହିତ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଏହି ଅଭିଯାନର ଅଂଶ ଭାବରେ, ଅଧିକାରୀମାନେ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ଯାହା ଦ୍ୱାରା କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କ ମଧ୍ୟରେ ଅଭିଯାନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ ।ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ଗର୍ବର ଭାବନା ସୃଷ୍ଟି କରିବା ଏବଂ ନାଗରିକମାନଙ୍କୁ ଦେଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମନେ ପକାଇବା ଏହି ଅଭିଯାନର ଲକ୍ଷ୍ୟ । ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ସମସ୍ତ କର୍ମଚାରୀ ଏବଂ ରେଳବ୍ୟବହାରକାରୀ ମାନଙ୍କୁ ହର ଘର ତିରଙ୍ଗା ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଏକତା ଏବଂ ସ୍ୱାଧୀନତାର ଏହି ଉତ୍ସବକୁ ଯୋଗଦାନ ଦେବାକୁ ଅନୁରୋଧ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande