ଦ ବେଲ ପକ୍ଷରୁ ଦହିହାଣ୍ଡି ଭାଙ୍ଗିଲେ ଛାତ୍ରଛାତ୍ରୀ
ପୁରୀ, ୧୪ ଅଗଷ୍ଟ (ହି.ସ.) - ପୁରୀ ଜିଲ୍ଲା ସ୍ୱେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ୟୁଥ୍ ଫୋରମ୍ ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଉପଲେକ୍ଷ ଗୋବିନ୍ଦା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ବଳିଆପଣ୍ଡା ସ୍ଥିତ ଭାରତ ଯୋଗ କେନ୍ଦ୍ର ପରିସରରେ ଥିବା ଏକ ଲବ୍ୟା ପାଠଶାଳା ଠାରେ ଆୟୋଜିତ ଏହି ଉତ୍ସବରେ
ଦ ବେଲ ପକ୍ଷରୁ ଦହିହାଣ୍ଡି ଭାଙ୍ଗିଲେ ଛାତ୍ରଛାତ୍ରୀ


ପୁରୀ, ୧୪ ଅଗଷ୍ଟ (ହି.ସ.) - ପୁରୀ ଜିଲ୍ଲା ସ୍ୱେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ୟୁଥ୍ ଫୋରମ୍ ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଉପଲେକ୍ଷ ଗୋବିନ୍ଦା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ବଳିଆପଣ୍ଡା ସ୍ଥିତ ଭାରତ ଯୋଗ କେନ୍ଦ୍ର ପରିସରରେ ଥିବା ଏକ ଲବ୍ୟା ପାଠଶାଳା ଠାରେ ଆୟୋଜିତ ଏହି ଉତ୍ସବରେ ୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପୌରାଣିକ ଚରିତ୍ରକୁ ପ୍ରଦର୍ଶିତ କରିଥିଲେ । କାର୍ଯ୍ୟକ୍ରମକୁ ଏସଏଲସି ଉ ଟ୍ରଷ୍ଟ ସମ୍ପାଦକ ରାଜ କିଶୋର ପାତ୍ର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ବରିଷ୍ଠ ନାଗରିକ ଫୋରମର ସଭାପତି ହରିଶଙ୍କର ମିଶ୍ର, ବେଲ୍ଲ ର ଉପଦକ୍ଷା ସୁକାନ୍ତ ପଣ୍ଡା, ସମାଜସେବୀ ସୁଯ୍ୟ ରଥ, ବେଲ ର ବରିଷ୍ଠ ସଭ୍ୟ ତଥା ସାମ୍ବାଦିକ ନାରାୟଣ ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗରଣ କରିବା ଓ ଆମ ସଂସ୍କୃତି ପ୍ରତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ସମୟର ଏକ ଆବଶ୍ୟକତା ବୋଲି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସୂଚନା ଦେଇ ଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ପିରାମିଡ୍ କରି ଦହି ହାଣ୍ଡି ଭାଙ୍ଗିଥିଲେ। କାର୍ଯ୍ୟକ୍ରମକୁ ବେଲ୍ ୟୁଥ୍ କ୍ଲବ୍ ସଂଯୋଜକ ଆକାଶ ସିଂ,ସହ ସଂଯୋଜୀକା ମୋନାଲିସା ଜେନା,ଏକ ଲବ୍ୟ ପାଠଶାଳାର ପରିଚାଳକ ଉମେଶ ଦାସ ପ୍ରଭୃତି ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande