ଆଜି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କର ଗର୍ଭଉଦକ ବନ୍ଦାପନା : ଶୁକ୍ରବାରେ କୃଷ୍ଣ ଜନ୍ମ
ପୁରୀ, 14 ଅଗଷ୍ଟ (ହି.ସ.) - ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଆଜି ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହେବେ। ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସିବ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହେ
ଆଜି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କର ଗର୍ଭଉଦକ ବନ୍ଦାପନା : ଶୁକ୍ରବାରେ କୃଷ୍ଣ ଜନ୍ମ


ପୁରୀ, 14 ଅଗଷ୍ଟ (ହି.ସ.) - ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଆଜି ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହେବେ। ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସିବ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହେବ । ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ଼(ଜେଉଟ)ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖା ହେବ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରିବେ.। ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବେ। ପାଣି ପଡ଼ି ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିବେ। ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହେବ| ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ତା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଚାଲୁ ରହିବ।

କୃଷ୍ଣ ଜନ୍ମର ପୂର୍ବରାତ୍ରିରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜେଉଟ ଭୋଗ ଅର୍ପଣ କରାଯିବ। ଏହି ଭୋଗ ଓଉ କିମ୍ବା ଆମ୍ବ, ସାରୁ, ମଞ୍ଜା ଆଦିରୁ ପ୍ରସ୍ତୁତ ହୋଇଥାଏ। ଏହି ଭୋଗ ଦେବାର ଉଦ୍ଦେଶ୍ୟ ଗର୍ଭକଷ୍ଟ ନିବାରଣ କରିବା। ଭୋଗ ସମର୍ପଣ ପରେ ଠାକୁର ମାନଙ୍କର ବନ୍ଦାପନା କରାଯିବ। ଜଗନ୍ନାଥ ତ ନିଜେ ରାମ କୃଷ୍ଣ ହୋଇ ଜନ୍ମ ହୋଇଥାନ୍ତି।ଶ୍ରୀମନ୍ଦିରରେ ତାଙ୍କ ଜନ୍ମନୀତି ପାଳନ କରାଯାଏ। ପ୍ରଭୁ ରାତିରେ ନିଜେ ମାଆ ହୁଅନ୍ତି ଓ ସକାଳକୁ ପୁଅ ହୋଇ ଜନ୍ମ ହୋଇ ସାରିଥାନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande