ଧର୍ମଶାଳା,୧୪ଅଗଷ୍ଟ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ପ୍ରତି ଘରେ ଜାତୀୟ ପତାକା ଲଗାଇବା ସହ ଶୋଭାଯାତ୍ରା ମାଧ୍ୟମରେ ଦେଶ ପ୍ରେମ ବାର୍ତା ଜନସାଧାରଣଙ୍କ ନିକଟରେ ପଂହଚାଇଥିଲେ । ଏହି କାର୍ଯ୍ୟକ୍ରମକୁ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ପରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ବିିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ ,ବାବୁଲା ରଣା,ସୂର୍ଯ୍ୟକାନ୍ତ ରାଉତ,ରଶ୍ମିକାନ୍ତ ଦାଶ,ଅମୂଲ୍ୟ କୁମାର ପତି,ରୁହୁଲ ଅମୀନ,ଶିବ ପ୍ରସାଦ ସାହୁ,ବିବେକାନନ୍ଦ ଜେନା,ଧର୍ମେନ୍ଦ୍ର ମହାନ୍ତି ବିନନୟ ରାଉତ,ରଶ୍ମିତା ସାମଲ,ରୂପାଲି ସାମଲ,ସଂଜିତା ପରୱିନ,ସୁନିଲ ଓଝା ଓ ସଂଜୟ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ସେହିପରିଭାବେ ବରୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମବରଦା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବା ଉଦ୍ଧେଶ୍ୟରେ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ପୂରା ଦେଶକୁ ସୁରକ୍ଷାକୁ ସୁନିଶ୍ଚିତ କରି ଶତ୍ରୃଙ୍କ ପ୍ରତି କଡା ଜବାବ ଦିଆଯାଇଉଛି । ପ୍ରତ୍ୟେକ ଲୋକଙ୍କ ମନରେ ଦେଶ ମାତୃକା ପ୍ରତି ସମ୍ମାନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଘର ଘର ତ୍ରିରଙ୍ଗା ଶୋଭାଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମିଥୁନ କୁଣ୍ଡୁଙ୍କ ନେତୃତ୍ୱରେ ମଙ୍ଗଳରାଜପୁର ପଂଚାୟତ ବାଲିଗୁଡା ପୂଜା ବଟମୂଳ ପରିସରରୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ବରିଷ୍ଠ ନେତା,ମହିଳା ନେତ୍ରୀ ଯୁବ ନେତା ଓ ଶହଶହ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ ହାତରେ ଜାତୀୟ ପତାକା ଧରି ଦେଶ ମାତୃକା ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଦସ୍ୟ ପ୍ରପୁଲ୍ଲ ଗିରି,ଜିଲା କୃକେ ମୌର୍ଚ୍ଚା ସଭାପତି ସୌଭାଗ୍ୟ ମିଶ୍ର,କାର୍ଯ୍ୟକାରିଣୀ ସଦସ୍ୟ ଅନିଲ ରାଉତ,କୃଷକ ମୌଚ୍ଚା ସାଧାରଣ ସମ୍ପାଦକ ରମେଶ ରାଉତ,ପ୍ରଶାନ୍ତ ମହାରଣା,ଲକ୍ଷ୍ମୀଧର ପତି,ହରିହର ସାମଲ, ଦେବାଶିଷ ସିଅ,ନିଗମାନନ୍ଦ ସାହୁ,ଭରତ ଚନ୍ଦ୍ର ସେନାପତି,ପ୍ରତାପ ଚନ୍ଦ୍ର ଜେନା,ପ୍ରଶାନ୍ତ ଦାସ,ସିପୁନ ଘଡାଇ,ନଟବର ସାହୁ,ଆଦିକନ୍ଦ ରାଉତ,ପ୍ରଭାକର ସାହୁ ଓ ମାଧବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ