୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସୁସ୍ୱାସ୍ଥ୍ୟର ବାର୍ତ୍ତାଦେଲେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବାଲିମେଳା
ମାଲକାନଗିରି, ୧୫ ଅଗଷ୍ଟ (ହି.ସ.) - ଆଜି ସକାଳ ୮ ଟା ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବାଲିମେଳା ପରିସର ରେ ପତକା ଉତ୍ତୋଳନ କରିଛନ୍ତି ଡା କ୍ତର ସୌଭାଗ୍ୟ ହୁଇ! ପ୍ରତିଦିନ ନିଜ ସୁସ୍ୱାସ୍ଥ୍ୟ ପାଇଁ ଏକ ଘଣ୍ଟା ଯୋଗ ଆସନ ପ୍ରାଣାୟାମ ସକାଳୁ ସନ୍ଧ୍ୟାରେ ଚାଲିବା ସ
୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସୁସ୍ୱାସ୍ଥ୍ୟର ବାର୍ତ୍ତାଦେଲେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବାଲିମେଳା


ମାଲକାନଗିରି, ୧୫ ଅଗଷ୍ଟ (ହି.ସ.) - ଆଜି ସକାଳ ୮ ଟା ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବାଲିମେଳା ପରିସର ରେ ପତକା ଉତ୍ତୋଳନ କରିଛନ୍ତି ଡା କ୍ତର ସୌଭାଗ୍ୟ ହୁଇ! ପ୍ରତିଦିନ ନିଜ ସୁସ୍ୱାସ୍ଥ୍ୟ ପାଇଁ ଏକ ଘଣ୍ଟା ଯୋଗ ଆସନ ପ୍ରାଣାୟାମ ସକାଳୁ ସନ୍ଧ୍ୟାରେ ଚାଲିବା ସାଇକଲ୍ ଚଲାଇବା ଇତ୍ୟାଦି କରିବା ଆବଶ୍ୟକ ରହିଛି!ମୋବାଇଲ୍ ର ବ୍ୟବହାର ଅତି ଜରୁରି ସମୟରେ କରିବା, ପିଲାଙ୍କୁ ମୋବାଇଲ୍ ର ଅଭ୍ୟାସ କରା ଇବା ଉଚିତ୍ ନୁହଁ! ବିଶେଷକରି ଖାଇବା ସମୟରେ ତ ଆଦୌନୁହଁ

ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ କମ୍ ତେଲ ଓ କମ୍ ଚିନି ବ୍ୟବହାର ପାଇଁ ସମସ୍ତଙ୍କୁ ଆଗ୍ରହ କରିଛନ୍ତି ଏ ସବୁକୁ ବିଚାର ରଖି ଆସନ୍ତା ଏକ ବର୍ଷ ନିଜପାଇଁ ଓ ନିଜ ପରିବା ରର ସ୍ୱାସ୍ଥ୍ୟ ପାଇଁ ସଜା ଗ ହେଲେ ଆମର ଧନ ଜୀବନ ଓ ସମୟ ବହୁତ ଭଲରେ କଟିବ ବୋଲି ଯୋଗ ପ୍ରଶିକ୍ଷକ ରାମକୃଷ୍ଣ ଚୌଧୁରୀ ନିଜ ଅଭିଭାଷଣରେ କହିଛନ୍ତି!ଏହି କାର୍ଯ୍ୟକ୍ରମ ଶେଷରେ ସୁସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ଗଜାମୁଗ ଓ ଗଜା ବୁଟ ସହ ଗୁଡ ମିଶାଇ ସମସ୍ତ ସ୍ୱାସ୍ଥ୍ୟ କର୍ମଚରୀ ଓ ନିତ୍ୟ ଯୋଗକୁ ଆସୁଥିବା ଲୋକଙ୍କୁ ଓ ରୋଗୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ବିତରଣ କରାଯାଇଥିଲା!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande