ଖୋର୍ଦ୍ଧା, 15 ଅଗଷ୍ଟ (ହି.ସ.)ଦେଶ ପାଳୁଛି ୭୯ ସ୍ବାଧୀନତା ଦିବସ ।ଏହି ଅବସରରେ ଭୁଷଣ୍ଡପୁର ଷ୍ଟେଶନରେ ଭୁବନେଶ୍ୱର ଜଗଦଳପୁର ଦ୍ରୁତଗାମୀ ରେଳ ଗାଡିର ରହଣିକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏହି ରେଳ ଗାଡି ରହଣି ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଭୁଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ସାନରାଉତପଡା, ଉଜ୍ୱଳାଗୋପୀନାଥପୁର ଓ ନୂଆଗଡ ପଞ୍ଚାୟତର ବାସିନ୍ଦାମାନେ ଭୁଷଣ୍ଡପୁର ଷ୍ଟେସନରୁ ରେଳ ଯୋଗେ ବଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ଦୈନଦିନ ଯାତ୍ରୀ ବହୁ ସଂଖ୍ୟାରେ ଯାତାୟାତ କରନ୍ତି। ରହଣିର ଯଥେଷ୍ଟ ଆବଶ୍ୟକତା ଥିଲା ତାହା ପୂରଣ ହୋଇଥିବା ହେତୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି। ଏହାକୁ ସ୍ବାଗତ କରିବା ପାଇଁ ଷ୍ଟେଶନରେ ଶ୍ରୀରଞ୍ଜନ ମଙ୍ଗରାଜ, ଲୋକନାଥ ଦାଶ, ଗୀତାଞ୍ଜଳି ପାଟଶାଣୀ, ଗିରିଶ ଚନ୍ଦ୍ର ମହାରଣାଙ୍କ ସମେତ ଉକ୍ତ ପଞ୍ଚାୟତର ଅନେକ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ