ବଲାଙ୍ଗିର, 15 ଅଗଷ୍ଟ (ହି.ସ.) କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ସ୍ବାଧୀନତା ଦିବସ ପାଳନ ଅନୁଷ୍ଠିତ ହୋଇ ଯାଇଛି। ପରିଚାଳନା କମିଟିର ସଭାପତି ମାନନୀୟ ତ୍ରିବିକ୍ରମ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଶ୍ରୀ ନିଳାଚଳ ଚିର୍ଗୁନ ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ସମିତିର ଉପସଭାପତି ଡଃ ଗୋଦାବରୀଶ ରଥ, କୋଷାଧ୍ୟକ୍ଷ ଶ୍ରୀ ଜୀଵେଶ୍ବର ପ୍ରଧାନ, ବିଭୂତି ଭୂଷଣ ମିଶ୍ର,ଡୋଳାମଣି ଗଡତିଆ,ନଳୀନି ସେଠ,କାନ୍ତାୟନୀ ଷଡ଼ଙ୍ଗୀ, ଡଃ ସନ୍ଧ୍ୟାରାଣୀ ପଣ୍ଡା,ଶ୍ରୀ ଫିରୋଜ ସାହୁଙ୍କ ସମେତ ଆଚାର୍ଯ୍ୟ ଆଚାର୍ଯ୍ୟା , ଅଭିଭାବକ ଓ ଅଭିଭାବିକାଙ୍କ ଉପସ୍ଥିତିରେ ସୁନ୍ଦର କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା। ଜନ୍ମାଷ୍ଟମୀ ପାଳନ ଅବସରରେ ମା ମାନଙ୍କ ଦ୍ବାରା ଝୁଲଣ, ଶିଶୁଙ୍କ ଦ୍ବାରା କ୍ରୁଷ୍ଣ ବେଶ ଓ ରାଧା ବେଶ,ସା୦ସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନମୁଗ୍ଧକର ହୋଇଥିଲା। ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ଶିଶୁ ତଥା ୫୦୦ରୁ ଉର୍ଦ୍ଧ୍ବ ମା ବାପା ଙ୍କ ସହଯୋଗରେ ଉଭୟ କାର୍ଯ୍ୟକ୍ରମ ଶାନ୍ତି ଶ୍ରୁଙ୍ଖଳାର ସହ ପାଳନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ