ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ
ବଲାଙ୍ଗିର, 15 ଅଗଷ୍ଟ (ହି.ସ.)ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ସମାରୋହ ମନୋହରପୁର ପୋଲିସ ପଡ଼ିଆରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଓଡ଼ିଶାର ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କ
ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ଜିଲ୍ଲା ସ୍ତରୀୟ ପ୍ୟାରେଡ ରେ ଅଭିବାଦନ ଗ୍ରହଣ


ବଲାଙ୍ଗିର, 15 ଅଗଷ୍ଟ (ହି.ସ.)ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ସମାରୋହ ମନୋହରପୁର ପୋଲିସ ପଡ଼ିଆରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଓଡ଼ିଶାର ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପାତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାଏକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୁତି ଚାରଣ କରିବା ସହ ସେମାନଙ୍କ ବଳିଦାନ ଯୋଗୁଁ ଆମେ ଆଜି ସ୍ୱାଧୀନତା ଲାଭ କରିଥିବା ବିଷୟରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଦେଶର ସମୃଦ୍ଧି ଏବଂ ଦେଶ ପ୍ରତି ଆମର କର୍ତ୍ତବ୍ୟ ସଂପର୍କରେ ମଧ୍ୟ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଆଲୋକପାତ କରିଛନ୍ତି । ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ସମାରୋହରେ ସାଂସଦ ସଂଗୀତା କୁମାରୀ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଏସ୍‌ପି ଅଭିଳାଷ ଜୀ ଏବଂ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦାନ କରିଛନ୍ତି । ପୋଲିସ ବିଭାଗ ସହ ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏଥି ସହିତ ମୁଖ୍ୟ ଅତିଥି କୃତୀ ଛାତ୍ରଛାତ୍ରୀ ଓ ବିଶିଷ୍ଟ ପ୍ରତିଭା ମାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande