ମାଲକାନଗିରିରେ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ୍ନ ଅଧିକାରୀ ଶିଶୁଙ୍କ ସହ ପାଳନ କଲେ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ
ମାଲକାନଗିରି, ୧୫ ଅଗଷ୍ଟ (ହି.ସ.) ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁ ଭ ଅବସରରେ ଜିଲ୍ଲା ପରିଷଦମୁଖ୍ୟ ଉନୟନ୍ନ ଅଧିକାରୀ ନରେଶ ଚନ୍ଦ୍ର ଶବର ବିଶେଷ ପରିଦର୍ଶନ କାର୍ଯ୍ୟକ୍ରମରେ ଆଓମା ଗୁରୁକୁଳ, ମାଲ୍ୟବନ୍ତ ବାଳକ ହଷ୍ଟେଲ, ଗୁରୁପ୍ରିୟା ହଷ୍ଟେଲ ସହିତ ଅନ୍ୟାନ୍ୟ ହଷ୍ଟେଲ ଗୁଡ଼ିକୁ ଯାଇ ୬୦୦
ମାଲକାନଗିରିରେ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ୍ନ ଅଧିକାରୀ ଶିଶୁଙ୍କ ସହ ପାଳନ କଲେ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ।


ମାଲକାନଗିରିରେ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ୍ନ ଅଧିକାରୀ ଶିଶୁଙ୍କ ସହ ପାଳନ କଲେ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ।


ମାଲକାନଗିରିରେ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ୍ନ ଅଧିକାରୀ ଶିଶୁଙ୍କ ସହ ପାଳନ କଲେ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ।


ମାଲକାନଗିରି, ୧୫ ଅଗଷ୍ଟ (ହି.ସ.) ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁ ଭ ଅବସରରେ ଜିଲ୍ଲା ପରିଷଦମୁଖ୍ୟ ଉନୟନ୍ନ ଅଧିକାରୀ ନରେଶ ଚନ୍ଦ୍ର ଶବର ବିଶେଷ ପରିଦର୍ଶନ କାର୍ଯ୍ୟକ୍ରମରେ ଆଓମା ଗୁରୁକୁଳ, ମାଲ୍ୟବନ୍ତ ବାଳକ ହଷ୍ଟେଲ, ଗୁରୁପ୍ରିୟା ହଷ୍ଟେଲ ସହିତ ଅନ୍ୟାନ୍ୟ ହଷ୍ଟେଲ ଗୁଡ଼ିକୁ ଯାଇ ୬୦୦ରୁ ଅଧିକ ଶିଶୁଙ୍କ ସହିତ ଉତ୍ସବ ପାଳନ କଲେ।

ଏହି ଅବସରରେ ଶିଶୁମାନଙ୍କୁ ଚକୋଲେଟ୍‌, ମିଠା, ନୋଟ୍‌ବୁକ୍‌, ପେନ୍‌ ଓ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧିୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଶିଶୁମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ, ବଳିଦାନ୍, ସତ୍ୟ, ସଂଘର୍ଷ ଓ ସାହସ ସମ୍ବନ୍ଧରେ ପ୍ରେରଣାଦାୟକ କଥା କହିଥିଲେ!ଆଉ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଏଵଂ ଜୀବନ ଉପରେ ମଧ୍ୟ କିଛି ଆଲୋକ ପାତ କରିଥିଲେ, ତୁମେ ମାନେ ହେଉଛ ଆଗାମୀ ଦିନର ଦେଶ ର ଭବିଷ୍ୟତ କହି ସେମାନଙ୍କୁ ଜୀବନରେ ଭଲ ମଣିଷ ହେବାକୁ ପ୍ରେରିତ କରିଥିଲେ।

ସେ କହିଲେ – “ଆମର ଦେଶର ସ୍ୱାଧୀନତା ଆଉ ଆଧ୍ୟାତ୍ମିକତା ପାଈଁ, ହଜାର ହଜାର ସହିଦଙ୍କର ଅମୂଲ୍ୟ ବଳି ଦାନର ଫଳ। ଯେ ଆଜି ଆମେ ସମସ୍ତେ ଭାରତ ବାସୀ କହି ଗର୍ଵ କରୁଛୁ, ଆସନ୍ତୁ ଆମେ ସମସ୍ତେ ସେହି ଆଦର୍ଶକୁ ଅନୁସରି, ଶିକ୍ଷା, ଶିଷ୍ଟାଚାର, ସଂସ୍କାର ଓ ସଦାଚାର କୁ ଆଗକୁ ନେଇ ଚାଲିବା, ଏଵଂ ସମାଜକୁ ଭଲ ପଥରେ ନେବାକୁ ପ୍ରୟାସ କରିବା ଉଚିତ।”

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ର ଅଶୋକ ପଟ୍ଟନାୟକ, ଅଶୋକ ସାହୁ, ରଶ୍ମି ମହାନ୍ତି, ବିନାଶ କୁମାର ମିଶ୍ର, କାଳୁଚରଣ ମହାରଣା, ଦିବ୍ୟରଞ୍ଜନ ପାଣିଗ୍ରାହି କାର୍ଯ୍ଯକ୍ରମ କୁ ସହଯୋଗ କରିଥିଲେ, ଏଵଂ ଅନେକ ଶିକ୍ଷକ, କର୍ମଚାରୀ ଓ ଅଭିଭାବକମାନେ ମଧ୍ୟ ଯୋଗଦେଇ, ଶିଶୁମାନଙ୍କ ସହିତ ଉତ୍ସବର ଖୁସି ସମୟକୁ ଉପଭୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande