କଦମପଡା ଶିଶୁ ମନ୍ଦିରରେ ସ୍ବାଧୀନତା‌ ଦିବସ ଓ ଜନ୍ମାଷ୍ଟମି ଉତ୍ସବ ପାଳିତ
ବଲାଙ୍ଗିର, 15 ଅଗଷ୍ଟ (ହି.ସ.) ଆଜି ବଲାଙ୍ଗୀର ସ୍ଥିତ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ୭୯ତମ ସ୍ବାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି । ପ୍ରଭାତରେ ସଞ୍ଜୟ ପୁରୋହିତ ଗୁରୁଜୀଙ୍କ ନେତୃତ୍ବରେ ଛାତ୍ରଛାତ୍ରୀଙ୍କ ଏକ ଟୋଲି ପ୍ରଭାତ ଫେରି ରୂପେ ନଗର ପରିକ୍ର
କଦମପଡା ଶିଶୁ ମନ୍ଦିରରେ ସ୍ବାଧୀନତା‌ ଦିବସ ଓ ଜନ୍ମାଷ୍ଟମି ଉତ୍ସବ ପାଳିତ


କଦମପଡା ଶିଶୁ ମନ୍ଦିରରେ ସ୍ବାଧୀନତା‌ ଦିବସ ଓ ଜନ୍ମାଷ୍ଟମି ଉତ୍ସବ ପାଳିତ


କଦମପଡା ଶିଶୁ ମନ୍ଦିରରେ ସ୍ବାଧୀନତା‌ ଦିବସ ଓ ଜନ୍ମାଷ୍ଟମି ଉତ୍ସବ ପାଳିତ


ବଲାଙ୍ଗିର, 15 ଅଗଷ୍ଟ (ହି.ସ.)

ଆଜି ବଲାଙ୍ଗୀର ସ୍ଥିତ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ୭୯ତମ ସ୍ବାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି । ପ୍ରଭାତରେ ସଞ୍ଜୟ ପୁରୋହିତ ଗୁରୁଜୀଙ୍କ ନେତୃତ୍ବରେ ଛାତ୍ରଛାତ୍ରୀଙ୍କ ଏକ ଟୋଲି ପ୍ରଭାତ ଫେରି ରୂପେ ନଗର ପରିକ୍ରମା କରିଥିଲା । ବିଦ୍ୟାଳୟର ସଭାପତି ଡ଼.ଭବାନୀ ଶଙ୍କର ପଟେଲ ପତାକା ଉତ୍ତୋଳନ ପୂର୍ବକ ନିଜର ରାଷ୍ଟ୍ରୀୟ କାର୍ଯ୍ୟ ସଂପାଦନ କରିଥିଲେ ତଥା ନିଜର ଭାଷଣ ଦେଇ ଶିଶୁଙ୍କୁ ରାଷ୍ଠ୍ରପ୍ରେମୀ ହେବା ପାଇଁ ଉତ୍ସାହିତ କରିଥିଲେ । ଅତିଥି ପରିଚୟ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର କରିଥିଲେ । ଅନ୍ୟୁନ ୮୭ ଜଣ କୁନି ଛାତ୍ରଛାତ୍ରୀ ବିଭିନ୍ନ ସ୍ବାଧିନତା ସଂଗ୍ରାମୀ ଓ ରାଧାକୃଷ୍ଣଙ୍କ ବେଶରେ ସଜେଇ ହୋଇ ଉପସ୍ଥିତ ଥିଲେ । ସଂଯୋଜନା ଛାତ୍ର ଆୟୁଷ୍ମାନ ପଟ୍ଟନାୟକ କରିଥିଲେ । ଏହାପରେ ମମତା ଗୁରୁମାଙ୍କ ଭଜନ ଗାନ ପରେ ପ୍ରଧାନାଚାର୍ଯ୍ୟ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ପାଇଁ ଅତିଥି ପରିଚୟ ପ୍ରଦାନ କରି ଥିଲେ । ମୁଖ୍ୟ ଅତିଥି କୁନ୍ତି ଦାସ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ବର୍ଣ୍ଣନା କରିଥିଲେ । ପ୍ରବଚକ ବଂଶୀଧର ଦାନୀ ଓ ତାଙ୍କ ସହଯୋଗୀ ଦଳ କୀର୍ତ୍ତନ ଅନୁଷ୍ଠାନ କରିଥିଲେ ଓ ପରେ ପ୍ରବଚକ ମହୋଦୟ ନିଜ ପ୍ରବଚନରେ ଶ୍ରୀକୃଷ୍ଣଙ୍କ ମହିମା ଗାନ କରିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ବାଳକୃଷ୍ଣଙ୍କ ଝୁଲଣ କରିଥିଲେ । ସଂଯୋଜନା ଗୁରୁମା ଭାରତୀ ସାହୁ କରିଥିଲେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ସଂଭାଗ କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା, ପୂର୍ବତନ ସଭାପତି ରାହାସ ବିହାରୀ ମାଝୀ ଉପସ୍ଥିତ ଥିଲେ । ଶେଷରେ ବେଶଧାରୀ ଛାତ୍ରଛାତ୍ରୀଙ୍କ ଝୁଲଣ କାର୍ଯ୍ୟକ୍ରମ ହୋଇଥିଲା । ଧନ୍ୟବାଦ୍ ଅର୍ପଣ ସଭାପତି ସମସ୍ତଙ୍କ ଉଦ୍ଦେଶ୍ୟରେ ଜ୍ଞାପନ କରିଥିଲେ । ଏହିପରି ସୁଶାନ୍ତ ରଣା, ବନ୍ଦନା ପତି, ମୀନାଦାସ ଓ କଲ୍ୟାଣୀ ପଣ୍ଡା ଗୁରୁଜୀ ଗୁରୁମାଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମ ସଫଳତା ସହ ସମ୍ପର୍ଣ୍ଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande