ବଲାଙ୍ଗିର, 15 ଅଗଷ୍ଟ (ହି.ସ.)
ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନଜୀବୀ ତଥା କୋଶଳବାଦୀ ନେତା ପ୍ରମୋଦ ମିଶ୍ର ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ଭବରେ ମହିଳା କ୍ରୀଡାବିତ୍ ଆନନ୍ଦିନୀ ଦର୍ଜି ଯୋଗ ଦେଇଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଏହି ଅବସରରେ ସ୍କୁଲ ପରିସରରେ ଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ