ବଲାଙ୍ଗିର, 15 ଅଗଷ୍ଟ (ହି.ସ.)
ତୁଷୁରା ଏନ୍ଏସି ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୯ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ସଭା ପରିଚାଳନା କରିଥିବା ବେଳେ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ। ଏସ୍ଏମ୍ସି ଉପାଧ୍ୟକ୍ଷା ଜନନୀ ଧରୁଆ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ। ଏଥିରେ ସମସ୍ତ ଛାତ୍ରଛାତ୍ରୀ ସହ ଅଭିଭାବକ ଓ ପରିଚାଳନା ସମିତି ସଦସ୍ୟ ଯୋଗ ଦେଇଥିଲେ। ଏନ୍ଏସି ସ୍ତରୀୟ ସଂଗୀତ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ପାୟଲ ସୁନା ପ୍ରଥମ, ବକ୍ତୃତାରେ ଆଶ୍ରିତା ଦଣ୍ଡସେନା ପ୍ରଥମ, ସର୍ବ କନିଷ୍ଠ ବିଭାଗର ସଂଗୀତ ପ୍ରତିଯୋଗିତାରେ ପ୍ରିୟା ସୁନା ଦ୍ବିତୀୟ, ପ୍ଯାରେଡ୍ ରେ ଦ୍ବିତୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଶ୍ରିତା ଦଣ୍ଡସେନା, ଭାରତୀ ଧରୁଆ, ପାୟଲ ସୁନା, ରେଶ୍ମା ନାଏକ ଓ ରିୟା ସୁନା ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ