କେନ୍ଦୁଝର, 15 ଅଗଷ୍ଟ (ହି.ସ.) ସ୍ଥାନୀୟ ଜେଲରୋଡ଼ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ ଠାରେ 79ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ଜିଲ୍ଲା ସଂଘ ଚାଳକ କୈଳାଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ଅତିଥି ଭାବରେ ପରିଚାଳନା ସମିତିର ଉପସଭାପତି ପ୍ରିୟବ୍ରତ ସାମଲ, ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା, ସହସମ୍ପାଦକ ଦୀପକ କୁମାର ମହାଳିକ ଓ ସଦସ୍ୟା ଦୁଲାରୀ କିସ୍କୁ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏନ. ସି. ସି., ସ୍କାଉଟ, ଗାଇଡ଼, ରେଡକ୍ରସ, ସିଭିଲିଆନ ଦଳ ଘୋଷ ବାହିନୀର ତାଳେ ତାଳେ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟ ତରଫରୁ ଅତିଥିଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ସମାପ୍ତିରେ ଶିଶୁଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇ ଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA