ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ
କେନ୍ଦୁଝର, 15 ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଣ୍ଡାପଡା ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଲକ୍ଷୀକାନ୍ତ ପ୍ରଧାନ ଓ ମୁଖ୍ୟ ବକ୍
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ


କେନ୍ଦୁଝର, 15 ଅଗଷ୍ଟ (ହି.ସ.)

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଣ୍ଡାପଡା ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଲକ୍ଷୀକାନ୍ତ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ସୁନାମଧନ୍ୟ ପାଲାଗାୟକ ନାରାୟଣ ଶତପଥି ଯୋଗଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନର ମହତ୍ୱ ବିଷୟରେ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ପ୍ରଦାନ କରିଥିଲେ। ରାହାସ ମନ୍ଦିର ଦର୍ଶନ କରିବା ସହିତ ଅତିଥିଙ୍କ ଗହଣରେ ଦଧିହାଣ୍ଡି ଭଙ୍ଗା ଓ କୁନି କୁନି ପିଲାଙ୍କ ଦ୍ୱାରା ଧୂନ୍ କୀର୍ତ୍ତନ ପରିବେଷଣ କରାଯାଇଥିଲା। ଜଙ୍ଘିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୮୦ ଜଣ କୁନି କୁନି ଭାଇ ଭଉଣୀ କୃଷ୍ଣ ବେଶ ପରିଧାନ କରିଥିଲେ । କୃଷ୍ଣ ବେଶରେ ଉପସ୍ଥିତରେ ଏକ ବର୍ଣ୍ଣାଜ୍ୟ ପରିବେଶ ସୃଷ୍ଟି ହୋଇଥିଲା। ପବିତ୍ର ବାତାବରଣ ମଧ୍ଯରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ଅଭିଭାବକ ଏବଂ ସମସ୍ତ ଗୁରୁଜୀ,ଗୁରୁମା, ସେବକ,ସେବିକା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande