କେନ୍ଦୁଝର, 15 ଅଗଷ୍ଟ (ହି.ସ.)ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପ୍ରିୟବ୍ରତ ସାମଲ, ସଂପାଦକ ସୁଧାଂଶୁ ଶେଖର ପଣ୍ଡା, ସହସଂପାଦକ ଦୀପକ କୁମାର ମହାକୁଳ, ସଦସ୍ୟା ଦୁଲାରୀ କିସ୍କୁ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଲମ୍ବୋଦର ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁବାଟିକା ବିଭାଗ ପ୍ରମୁଖ ପ୍ରଦୀପ କୁମାର ଦାସ ବାଲକୃଷ୍ଣଙ୍କ ଲୀଳା ସମ୍ବନ୍ଧରେ କହିଥିଲେ । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ କୃଷ୍ଣବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃଷ୍ଣବେଶ ଧାରି ଶିଶୁମାନଙ୍କ ଦ୍ବାରା ନଗର ପରିକ୍ରମା, ଦହି ହାଣ୍ଡି ଭଙ୍ଗା ତଥା ବିଭିନ୍ନ କୁଞ୍ଜରେ ଅଭିନୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରାମଦ୍ ଭାଗବତ ପଠନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୭୯ ଜଣ ଶିଶୁ ଭାଇଭଉଣୀ କୃଷ୍ଣ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ସମସ୍ତ ଶିଶୁ ଭାଇଭଉଣୀଙ୍କୁ ଶେଷରେ ପୁରସ୍କାର ଦିଆଯାଇଥିଲା । ସଭା ଶେଷରେ ବିଦ୍ୟାଳୟ ସଂପାଦକ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟିନୀ ଦେବୀ, ମଞ୍ଜୁଶ୍ରୀ ରାଉତ, ବିରଂଚି ନାରାୟଣ ମହାନ୍ତ, ସୁଜାତା ମିଶ୍ର, ଜ୍ୟୋତିରାଣୀ ପଣ୍ଡା, ମୌସୁମୀ ରାଉତରାୟ, ପୁଷ୍ପାଞ୍ଜଳି ସାହୁ, ଆରତୀ ସାହୁ ଓ ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA