ଖୋର୍ଦ୍ଧା, , 15 ଅଗଷ୍ଟ (ହି.ସ.) ଜିଲ୍ଲା ପ୍ରଶାସନ ଆନୁକୂଲ୍ଯରେ ୭୯ତମ ଜିଲା ସ୍ତରୀୟ ସ୍ବାଧିନତା ଦିବସ ସମାରୋହ ସ୍ଥାନୀୟ ବିଜେବି ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅମ୍ରିତ ଋତୁରାଜ ମୁଖ୍ଯଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଭାରତୀୟ ତିବ୍ବତ ସୀମା ସୁରକ୍ଷା ବଳ, ଏପିଆର, ଓଡିଶା ପୋଲିସ, ହାଇସ୍କୁଲ, ମହାବିଦ୍ୟାଳୟ ଏନସିସି, ସ୍କାଉଟ ଆଣ୍ଡ ଗାଇଡ୍ସ, ୟୁଥ ରେଡକ୍ରସ ସମେତ ବିଭିନ୍ନ ବିଦ୍ୟାଳୟର ସିଭିଲିଆନକୁ ମିଶାଇ ୫୪ ଦଳ ପରେଡ ରେ ଅଂଶଗ୍ରହଣ କରି ଅଭିବାଦନ ଜଣାଇଥିଲେ।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଆଞ୍ଚଳିକ ସଡକ ପରିବହନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ସ୍ବାସ୍ଥ୍ଯ ବିଭାଗ ପ୍ରଦର୍ଶନୀ ମେଢ ଭାଗ ନେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଦେଶଭକ୍ତିର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ଯଅତିଥି ପୁରସ୍କୃତ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଜିଲାପାଳ କହିଲେ କଷ୍ଟ ଲବ୍ଧ ସ୍ବାଧିନତା ପାଇଁ ଅନେକ ବୀର ପୁରୁଷ, ବଳିଦାନ ଦେଇଛନ୍ତି। ନିଜ ମାତୃଭୂମି କୁ ଭଲ ପାଇବା, ସମାଜ ର ବିକାଶ ଦିଗରେ କାର୍ଯ୍ୟ ରାଷ୍ଟ୍ର ନିର୍ମାଣ ରେ ସହଭାଗୀ ହେବାକୁ ଆହ୍ବାନ କରିଥିଲେ। ଖୋର୍ଦ୍ଧା ବୀରତ୍ବ ର ମାଟି। ପାଇକ ବିଦ୍ରୋହ ଓଡ଼ିଆ ଜାତିର ଗୌରବମୟ ଇତିହାସ ଗାଥା ବହନ କରୁଛି। କଳା, ସାହିତ୍ଯ ସଂସ୍କୃତି କ୍ଷେତ୍ରରେ ଏ ମାଟିର ସ୍ବତନ୍ତ୍ରତା ରହିଛି। ପାଇକ ବୀର ମାନଙ୍କ ଅସୀମ ସାହସ, ବୀରତ୍ବ ଆଗରେ ବ୍ରିଟିଶ ସରକାର ଥରହର ହୋଇଥିଲା। ରାଷ୍ଟ୍ର ର ପ୍ରଗତି, ଉନ୍ନତି ପାଇଁ ପ୍ରତ୍ଯେକ ଭାରତୀୟଙ୍କର ନୈତିକ ଦାୟିତ୍ବ ରହିଛି ବୋଲି କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ