ମାଥିଲିରେ ହର୍ ଘର୍ ତ୍ରିରଙ୍ଗା ଉତ୍ସବ
ମାଲକାନଗିରି, ୧୫ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଡିଓ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୨ କିଲୋମିଟର ଲମ୍ବ ତ୍ରିରଙ୍ଗା ଧରି ବ୍ଲକ୍‌ର ବିଭିନ
ମାଥିଲିରେ ହର୍ ଘର୍ ତ୍ରିରଙ୍ଗା ଉତ୍ସବ


ମାଥିଲିରେ ହର୍ ଘର୍ ତ୍ରିରଙ୍ଗା ଉତ୍ସବ


ମାଥିଲିରେ ହର୍ ଘର୍ ତ୍ରିରଙ୍ଗା ଉତ୍ସବ


ମାଲକାନଗିରି, ୧୫ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଡିଓ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୨ କିଲୋମିଟର ଲମ୍ବ ତ୍ରିରଙ୍ଗା ଧରି ବ୍ଲକ୍‌ର ବିଭିନ୍ନ ବିଭା ବିଭାଗର ଅଧିକାରୀ, ,ସ୍କୁଲ-କଲେଜ ଛାତ୍ରୀଛାତ୍ର, ଅଙ୍ଗନୱାଡ଼ି କର୍ମୀ, ସାମାଜିକ କର୍ମୀ ଓ ସ୍ଥାନୀୟ ନାଗରିକ ସ ହର ପରିକ୍ରମା କରିଥିଲେ।

ଏହି ସମୟରେ ଦେଶ ଭକ୍ତିଗୀତଓ ସ୍ଲୋଗାନ ଗାନରେ ସହର ପ୍ରକମ୍ପିତ ହୋଇଥିଲା। ଏହି ନିଆରା କାର୍ଯ୍ୟକ୍ରମକୁ ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ପରିଚାଳନା କରିଥିଲେ। ଏଥିରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ବ୍ଲକ ଅଧକ୍ଷ ମହେଶ ବାକା, ବିଡ଼ିଓ ଶ୍ରୀ ବେହେରା, ସହକାରୀ ଯନ୍ତ୍ରୀ ହୃଦୟ ରଞ୍ଜନ ବାଗ,କନିଷ୍ଠ ଯନ୍ତ୍ରୀ ଶୁଭେନ୍ଧୁ ମହାନ୍ତି, କଲେଜ ଅଧ୍ୟକ୍ଷ ଶୁଭ୍ର କାନ୍ତ ଭଦ୍ର, ପୋଲିସ ଅଧିକାରୀ ଦୀପାଞ୍ଜଳି ମାଝୀ, ସମିତି ସଭ୍ୟ ବାଲାରାଜୁ କୋପେ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande