ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ସ୍ବାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ
Odisha, 15 ଅଗଷ୍ଟ (ହି.ସ.) ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ସ୍ବାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କଳିଷ୍ଠ ପଧାନ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜନ୍ମାଷ୍ଟମୀ ବିଷୟରେ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ସଂପାଦକ ତରଣ
ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ସ୍ବାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ


ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ସ୍ବାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ


ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ସ୍ବାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ


ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ସ୍ବାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ


Odisha, 15 ଅଗଷ୍ଟ (ହି.ସ.)

ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ସ୍ବାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କଳିଷ୍ଠ ପଧାନ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜନ୍ମାଷ୍ଟମୀ ବିଷୟରେ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ସଂପାଦକ ତରଣୀ ସେନ ପଟେଲ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ବିଷୟରେ ଆଲୋକପାତ କରିଥିଲେ। ଆଚାର୍ଯ୍ୟ କ୍ଷମାନିଧି ସାହୁ, ଦତ୍ତାନନ୍ଦ ପଣ୍ଡା, ପ୍ରକାଶ ଚନ୍ଦ୍ର ତରିଆ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଭାଇ ଭଉଣୀ ସ୍ବାଧୀନତା ସଂଗ୍ରାମୀ ଓ ଜନ୍ମାଷ୍ଟମୀ ଆଧାରିତ ବେଶରେ ଆସିଥିଲେ। ଶିଶୁଙ୍କ ଦ୍ଵାରା ଜନ୍ମାଷ୍ଟମୀ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଦୁଇ ରୁ ତିନି ବର୍ଷ ବୟସର ୨୫ଜଣ ଶିଶୁ ଶ୍ରୀକୃଷ୍ଣ ମେଳାରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଅଭିଭାବିକା, ଅଭିଭାବକ, ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande