ଗଂଜାମ, 15 ଅଗଷ୍ଟ (ହି.ସ.)
ସ୍ୱାଧୀନତା ଦିବସ ଅବସରରେ ଘରେଘରେ ତ୍ରିରଙ୍ଗା ଲଗାଇବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ପଞ୍ଚାୟତକୁ ଶହଶହ ଜାତୀୟ ପତାକା ପଠାଯାଇଛି ଲୋକଙ୍କୁ ଵଣ୍ଟନ କରିବାକୁ। କିନ୍ତୁ ଶେରଗଡ଼ର ଏକ ବିରାଟ ଜନଵସତି ପିତଳରେ କୌଣସି ବ୍ୟକ୍ତି ସ୍ୱାଧୀନ ଚେତା ନାଗରିକ ସାମ୍ବାଦିକ, ଶିକ୍ଷିତ ଓ ବୁଦ୍ଧି ଜୀଵିଙ୍କୁ ଏହି ପତକା ଦିଆଯାଇନାହିଁ। ଫଳରେ ସରକାରଙ୍କ ଘରେଘରେ ତ୍ରିରଙ୍ଗା ସ୍ଳୋଗାନ ଭଣ୍ଡୁର ହୋଇଛି। ଵିତରଣ ଦାୟିଡ୍ୱରେ ଥିଵା ବ୍ୟକ୍ତି ପତକା ବିତରଣ ନକରି ପତାକାର ଅପମର୍ଯ୍ୟାଦା କରିନାହାନ୍ତିତ?. ଶେରଗଡ ବିଡ଼ିଓ ଘଟଣାର ତଦନ୍ତ କରିଵାକୁ ଦାବି ହେଉଛି। ବିନା ତ୍ରିରଙ୍ଗାରେ ଚଳିତବର୍ଷ ସ୍ୱାଧୀନତା ଦିବସ ପିତଳ ଅଞ୍ଚଳରେ ଶ୍ରୀହୀନ ଭଳି ଦେଖାଯାଉଛି। ପିତଳ ଵଜାର ସୁଦୀର୍ଘ ଅଞ୍ଚଳର ଦୁଇଟି ଫଟୋଚିତ୍ରରୁ ଏହା ସୂଚିତ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ