ସୁବର୍ଣ୍ଣପୁର, 15 ଅଗଷ୍ଟ (ହି.ସ.)
ସୁକାନ୍ତି ଗୃପ୍ ଅଫ ଇନଷ୍ଚିଚ୍ୟୁସନ୍ ପକ୍ଷରୁ ପ୍ରାୟ ଏକ କିଲୋମିଟର ଲମ୍ବର ତ୍ରିରଙ୍ଗା ପତାକା ସହ ଛାତ୍ରଛାତ୍ରୀ ଙ୍କ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ସ୍ଥାନୀୟ ବ୍ଲକ ଛକ ରୁ ବାହାରି ଆମ୍ବେଦକର ଛକ,କଚେରୀ ଛକ , ସମଲେଇ ମନ୍ଦିର, ଷ୍ଟେଟ୍ ବ୍ୟାଙ୍କ୍ ବସ ଷ୍ଟାଣ୍ଡ ଦେଇ ନଳିନୀ ଛକ ରେ ପହଞ୍ଚିଥିଲା l ଏହି କାର୍ଯ୍ୟକ୍ରମ କୁ ସୋନପୁର ବି ଡି ଓ ଶୁଭ ଉଦ୍ଘାଟନ କରିଥିବା ବେଳେ ସୁକାନ୍ତି ଏକାଡେମି ର ପ୍ରିନ୍ସିପାଲ୍ ଅମିତ୍ କର, ସ୍କୁଲ୍ ଅଧ୍ୟକ୍ଷ ସନ୍ତୋଷ ବାଘ, ଓ ସମ୍ପାଦକ କମଳିନୀ ତ୍ରୀପାଠୀ, ବ୍ଲକ ଛକ ଦୁର୍ଗା ପୂଜା କମିଟି ସଦସ୍ୟ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ , ସୋନପୁର କଲେଜ୍ ଏନ୍ ସି ସି ଓ ଏକାଡେମି ଛାତ୍ର ଛାତ୍ରୀ ସାମିଲ ଥିଲେ l ରମେଶ ମିଶ୍ର, ସ୍ୱାଗତ ସାହୁ, କୁନା ପଣ୍ଡା, ରିଙ୍କୁ ପଟେଲ, କଳା କହ୍ନେଇ ମିଶ୍ର, ବାଳ ଗୋପାଳ ଚାନ୍ଦ ସଂଯୋଜନା ରେ ସହଯୋଗ କରିଥିଲେ l ଆଜି ସହର ପରିକ୍ରମା ବେଳେ ହଜାର ହଜାର ସଂଖ୍ୟାରେ ଲୋକେ ଘର ଓ ଦୋକାନ ମାନଙ୍କ ଆଗରେ, ଛାତ ଉପରେ ଛିଡା ହୋଇ ହାତ ହଲାଇ ପୁଷ୍ପ ବିଞ୍ଚି ଜାତୀୟ ପତାକା କୁ ସ୍ୱାଗତ କରିଥିଲେ l ସମସ୍ତେ ଏ ଅପୂର୍ବ ମନୋରମ ମୂହୁର୍ତ୍ତ କୁ ହାତ ଛଡା ନ କରି କିଏ କେତେ ପ୍ରକାର ଫଟୋ ଭିଡ଼ିଓ ଉତ୍ତୋଳନ କରି ଥିଲେ ମୋବାଇଲ ରେ କଏଦ କରି ଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ