ତହଁକ୍ କୁଟୁମ୍ ର ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଜଂଗଲ୍ ବଁଚାଲେ ମଂଗଲ୍ ହେବା
ବଲାଙ୍ଗିର, 15 ଅଗଷ୍ଟ (ହି.ସ.) ୭୯ ତମ ସ୍ୱାଧୀନତା ଦିବସ ଅବସରରେ ପୁରପଲ୍ଲୀରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ତହଁକ୍ କୁଟୁମ୍ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ର ସାଲେପାଲି ଗ୍ରାମର ଜଂଗଲ୍ ବଁଚାଲେ ମଂଗଲ୍ ହେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ତହଁକ୍ କୁଟୁମ୍ ର ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ  ଜଂଗଲ୍ ବଁଚାଲେ ମଂଗଲ୍ ହେବା


ବଲାଙ୍ଗିର, 15 ଅଗଷ୍ଟ (ହି.ସ.) ୭୯ ତମ ସ୍ୱାଧୀନତା ଦିବସ ଅବସରରେ ପୁରପଲ୍ଲୀରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ତହଁକ୍ କୁଟୁମ୍ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ର ସାଲେପାଲି ଗ୍ରାମର ଜଂଗଲ୍ ବଁଚାଲେ ମଂଗଲ୍ ହେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗ୍ରାମରେ ଏକ ଶୋଭାଯାତ୍ରା ବାହାରିଥିଲା। ପରେ ପରେ ଗାଁ ମଣ୍ଡପରେ ଗାଁ ଲୋକଙ୍କୁ ନେଇ ଜଙ୍ଗଳ ପରିବେଶ ବଞାଇବା ପାଇଁ ଆହ୍ବାନ ଦିଆଯାଇଥିଲା। ଆଜି ଯଦି ପାଣି ଅଭାବରୁ ଚାଷରେ ବାଧାପ୍ରାପ୍ତ ହେଉଛି ଏବଂ ତ୍ରିପଣ୍ଡ ଖରା ହେଉଛି ତାର ମୂଖ୍ୟ କାରଣ ହେଉଛି ଗଛ ନଷ୍ଟ କରିବା। ଗଛ ନ କାଟି ମାଁ ନାମରେ ଗଛଟିଏ ଜଗାଇବା ପାଇଁ ଶପଥପାଠ କରାଯାଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଫରେଷ୍ଟର କୀର୍ତ୍ତି ଚନ୍ଦ୍ର ସୁଆର ଯୋଗଦେଇଥିବାବେଳେ ତହଁକ୍ କୁଟୁମ୍ ର ସମ୍ପାଦକ ରାଜେଶ ଦଣ୍ଡସେନା, ମୂଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ପରିଚାଳନା ସମ୍ପାଦକ ଦିଲିପ କୁମାର ମିଶ୍ର, କଲାକାର୍ ଭବାନୀ ଶଙ୍କର ମିଶ୍ର, ରମେଶ ଧରୁଆ, ଗିରିଧାରୀ ମଟାରି ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ।

ନିଆରା ଢଙ୍ଗରେ ଗୌର ଏବଂ ସାଥୀ କଲାକାରଙ୍କ ପଞ୍ଚବାଦ୍ୟ ସହିତ ଗୀତ ମାଧ୍ୟମରେ ଗାଁ ଲୋକଙ୍କୁ ସଚେତନତା କରାଯାଇଥିଲା।

ବେଣୁ ଧରୁଆ, ବିବେକା ଧରୁଆ, ପିଙ୍କ ଧରୁଆ, ତୁମ୍ଭେସ୍ଵର ଧରୁଆ ସଂକୀର୍ତ୍ତନ ଧରୁଆ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande