ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଫାଇଲ ନେଇ ବିଜେଡ଼ିର ପ୍ରଶ୍ନ
ଉପରେ ଜବାବ ରଖିଲା ବିଜେପି । ଏହା ଉପରେ ରଖି ବିଧାୟକ ବାବୁ ସିଂ କହିଛନ୍ତି, ଚୋର କହୁଛି ଚୋରକୁ ଧର ଭଳି କଥା କହୁଛି ବିଜେଡ଼ି । 24 ବର୍ଷ ଭିତରେ ହୋଇଥିବା ଅନେକ ହତ୍ୟା ଓ ଭ୍ରଷ୍ଟାଚାର ଧିରେ ଧିରେ
ପର୍ଦ୍ଦାଫାଶ ହେଉଛି । ତେବେ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା କେବଳ ହତ୍ୟା ନଥିଲା । ଏହା ଆମ
ସ୍ୱାଭିମାନ ଏବଂ ଭାବନା ଉପରେ କୁଠାରାଘାତ ଥିଲା । ତେଣୁ ରାଜ୍ୟ ସରକାର ଏହା ଉପରେ ଖୁବଶୀଘ୍ର
ପଦକ୍ଷେପ ନେଉଛନ୍ତି । ଅନେକ ଦୋଷୀ ପୂର୍ବ ସରକାର ସମୟରେ ଥିଲେ । ସେମାନେ ଭାବୁଛନ୍ତି ଲୁଚି
ରହିଯିବେ କିନ୍ତୁ ସବୁ ଗୋଟି ଗୋଟି କରି ପର୍ଦ୍ଦାଫାଶ ହେବ । ସମସ୍ତେ ଜେଲ ଭିତରକୁ ଯିବେ ବୋଲି
ବାବୁ ସିଂ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା