ବାଳିକା ପ୍ରାଥମିକ ବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ପାଳନ
ଗଂଜାମ, 15 ଅଗଷ୍ଟ (ହି.ସ.) ଶେରଗଡ଼ ବ୍ଲକର ପିତଳ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସ୍ବାଧୀନତା ଉତ୍ସବରେ ମୂଖ୍ୟ ଅତିଥି ରୂପେ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ଅକ୍ଷୁର୍ଣ୍ଣ ରଖିବାକୁ ଉଦବୋଧନ ଦେଇଥିଲେ। ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସୁ
ପିତ୍ତଳ ପ୍ରାଥମିକ ବିଦ୍ୟାଳୟରେ


ଗଂଜାମ, 15 ଅଗଷ୍ଟ (ହି.ସ.) ଶେରଗଡ଼ ବ୍ଲକର ପିତଳ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସ୍ବାଧୀନତା ଉତ୍ସବରେ ମୂଖ୍ୟ ଅତିଥି ରୂପେ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ଅକ୍ଷୁର୍ଣ୍ଣ ରଖିବାକୁ ଉଦବୋଧନ ଦେଇଥିଲେ। ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ଦାଶ, ସହକାରୀ ଶିକ୍ଷକ ଉତ୍ତମ କୁମାର ପୃଷ୍ଟି, ଜି କ୍ରିଷ୍ଣା, ଶିକ୍ଷୟିତ୍ରୀ ଏନ୍ ରେଖା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ଅଙ୍ଗନବାଡି କର୍ମୀ ନମିତା ବେହେରା, ବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଙ୍ଗନବାଡି ସହାୟିକା ଓ ସ୍ଥାନୀୟ ବହୁ ଭଦ୍ର ବ୍ୟକ୍ତି ଭଦ୍ର ମହିଳା ଯୋଗଦେଇଥିଲେ। ଏତଦ ବ୍ୟତୀତ ପିତ୍ତଳ ୧, ୬ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ସ୍ବାଧୀନତା ଦିବସ ପାଳନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande