ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)
- ସ୍ୱାମୀ ଲଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାର ଫାଇଲ ବିଜେପି ସରକାର
ଆସିବା ପରେବି ନଖୋଲିବା ପ୍ରସଙ୍ଗରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଦାସ । କାହିଁକି ଖୋଲାଯାଉନି ଏହି ଫାଇଲ ବୋଲି ସେ ପ୍ରଶ୍ନ
କରିଛନ୍ତି । କିଏ ଏହା କାହିଁକି କରାଇଥିଲେ ତାହା ଆମେ ସବୁ ଜାଣିଛୁ । ଦୁଇ ଜାତି ଭିତରେ ସେମାନେ
କାହିଁକି ଏପରି ଫାଇଟ କରାଇଲେ । ନିଜେ ବିରୋଧୀ ଦଳରେ ଥିବା ବେଳେ ଏହି ଫାଇଲକୁ ଖୋଲିବାକୁ ଦାବି
କରୁଥିଲେ ମାତ୍ର ଏବେ ଖୋଲୁନାହାନ୍ତି କାହିଁକି । ଏହା ଦର୍ଶାଉଛି ବିଜେଡି- ବିଜେପି ଏକ ହୋଇକି
ଅଛନ୍ତି । ସମୟ ଆସିଲେ ଆମେ ଗୁମର ଖୋଲିବୁ । ନିଜ ଦଳ ଏବଂ ଦଳୀୟ ନେତାଙ୍କ ଅହଂକାର ପାଇଁ ଏହାକୁ
ଲୁଚାଇକି ରଖିଛନ୍ତି ବୋଲି ଭକ୍ତ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା