ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)
- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପାଳନ ହେଲା ସ୍ଵାଧୀନତା ଦିବସ । ନେତା, କର୍ମକର୍ତ୍ତାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟ
ସଭାପତି ମନମୋହନ ସାମଲ । ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ ସହ କର୍ମୀ ମାନଙ୍କୁ ସମ୍ବୋଧିତ
କରିଛନ୍ତି ମନମୋହନ । ଏହାସହ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରିବା ସହ
ବିକଶିତ ଓଡ଼ିଶା ଗଠନ ପାଇଁ ପରିଶ୍ରମ କରିବାକୁ ଆହ୍ଵାନ କରିଛନ୍ତି ରାଜ୍ୟ ବିଜେପି ସଭାପତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା